ଓଡ଼ିଶା

ଗାଡ଼ି ଓଭର୍‌ଟେକ୍‌କୁ କେନ୍ଦ୍ର କରି ଅପହରଣ ଓ ଆକ୍ରମଣ; ଜଣେ ଗିରଫ, ଦୁଇ ସହଯୋଗୀ ଫେରାର୍

ଭୁବନେଶ୍ବର() ଗାଡ଼ି ଓଭରଟେକକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଅପହରଣ ଓ ଆକ୍ରମଣ ଘଟଣାରେ ମଞ୍ଚେଶ୍ବର ଥାନା ପୁଲିସ ଜଣେ ଅଭିଯୁକ୍ତକ୍ତୁ ଗିରଫ କରିଛି। ଏହି ଘଟଣାରେ ଆଉ ଦୁଇ ଜଣ ସହଯୋଗୀ ଫେରାର୍ ହୋଇ ଯାଇଛନ୍ତି। ଗିରଫ ଅଭିଯୁକ୍ତ ହେଲା ବାଲିଅନ୍ତା ତଳଗଡ଼ ଅଞ୍ଚଳର ଅନ୍ତର୍ଯ୍ୟାମୀ ବାରିକ। ଫେରାର ହୋଇଥିବା ଦୁଇ ସହଯୋଗୀ ହେଲେ ଚନ୍ଦ୍ରଶେଖର ମହାନ୍ତି ଓରଫ୍ ଚିଣ୍ଟୁ ଓ ବିଶ୍ବଜିତ ପ୍ରଧାନ।

ପୁଲିସ ସୂଚନା ଅନୁସାରେ, ଅଭିଯୋଗକାରୀ ମୋହନ ମହାନ୍ତି ଗତ ୨୬ ତାରିଖରେ ବାହାଘର ଭୋଜି ଖାଇବାକୁ ଯାଇଥିଲେ। ଫେରୁଥିବା ସମୟରେ କୁଆଖାଇ ପୋଲ ନିକଟରେ ଗାଡ଼ିରେ ଯାଉଥିବା ଅଭିଯୁକ୍ତ ଅନ୍ତର୍ଯ୍ୟାମୀ ଓ ତାର ଦୁଇ ସହଯୋଗୀଙ୍କୁ ଓଭରଟେକ୍ କରିଥିଲେ। ସେମାନେ ମୋହନଙ୍କୁ ଗାଳି ଗୁଲଜ କରିଥିଲେ। ଚିଣ୍ଟୁ ପୂର୍ବରୁ ମୋହନଙ୍କୁ ଚିହ୍ନିଥିଲା। ତେଣୁ ସେ ମୋହନଙ୍କୁ ଫୋନ୍ କରି ଡକାଇଥିଲା। ମୋହନ ଆସିବା ପରେ ସେମାନେ ତାଙ୍କୁ ବାଲିଅନ୍ତା ଛକରୁ କାର ଯୋଗେ ଅପହରଣ କରି କୁଆଖାଇ ବାଲିପଠାକୁ ନେଇ ଆସିଥିଲେ। ସେଠାରେ ମାରପିଟ୍ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଖବର ପାଇ ମୋହନର ଜଣେ ସମ୍ପର୍କୀୟ ତାଙ୍କୁ ଉଦ୍ଧାର କରିବା ପାଇଁ ଆସିଥିଲେ। ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com