Breaking NewsFeaturedରାଜନୀତି

ପଦ୍ମଫୁଲିଆଙ୍କ ପୋଲ ଖୋଲିଲେ କଂଗ୍ରେସର କମଳନାଥ

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଫ୍ରଣ୍ଟଫୁଟ୍‌ରେ ରହିବାକୁ ଚେଷ୍ଟା କରୁଛି କଂଗ୍ରେସ । ରାଜ୍ୟରେ ବିଜେପି ସରକାରକୁ ଟାର୍ଗେଟ୍ କରିବା ସହ ଘୋଟାଲା ପର୍ଦ୍ଦାଫାସ୍ କରିବା ଆରମ୍ଭ କରିଛି । ଏଥିସହ ରାଜ୍ୟରେ ପୁଣି ଥରେ କ୍ଷମତାକୁ ଆସିବା ଲକ୍ଷ୍ୟରେ ରହିଛି କଂଗ୍ରେସ । ସେପଟେ କୌଣସି ପରିସ୍ôଥତିରେ ବିଜେପି ଏହି ରାଜ୍ୟରେ କ୍ଷମତାକୁ ହାତଛଡା କରିବା ପାଇଁ ଚାହୁଁନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ସାମ୍ୱାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିବା ସହ ସରକାରଙ୍କ ଘୋଟାଲା ପୋଷ୍ଟର ଜାରି କରିଛନ୍ତି । ସେ ବିଜେପି ସରକାର ଦୁର୍ନୀତି କରିଥିବା ଦାବି କରିଛନ୍ତି । ସେ ଏ ସମ୍ପର୍କରେ ଏକ ପୋଷ୍ଟର ମଧ୍ୟ ଜାରି କରିଛନ୍ତି । ଏଥିସହ ମୋତେ କେହି ଆଙ୍ଗୁଠି ଦେଖାଇ ପାରିବେ ନାହିଁ ବୋଲି କହିଛନ୍ତି କମଲ ନାଥ ।

ଶିବରାଜ ସିଂ ଚୌହାନ ସରକାରଙ୍କ ବିରାଧରେ ପୋଷ୍ଟର ଜାରି କରିବା ପରେ କମଲ ନାଥ କହିଛନ୍ତି ଯେ, ମୁଁ ଗତ ୪୫ ବର୍ଷ ଧରି ରାଜନୀତି କରିଆସୁଛି, ଆଜି ପର୍ଯ୍ୟନ୍ତ କେହି ମୋ ଉପରକୁ ଆଙ୍ଗୁଠି ଦେଖାଇ ନାହାନ୍ତି । ତେବେ କମଲ ନାଥଙ୍କୁ ପଚରାଯାଇଥିଲା ଯେ ଆପଣ ବିଜେପିର ୨୫୦ ରୁ ଅଧିକ ସ୍କାମ ସାମ୍ନାକୁ ଆଣିଛନ୍ତି । ଯଦି ଆପଣଙ୍କ ସରକାର ଆସେ ତେବେ ଏହି ସବୁ ଫାଇଲ ଖୋଲିବେ କି ? ଏହାର ଉତ୍ତରରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ କହିଛନ୍ତି ଯେ, ବର୍ତ୍ତମାନ ସେ ୨୦୧୮ର ମଡେଲ ନୁହନ୍ତି, ସେ ୨୦୨୩ର ମଡେଲ ଅଟନ୍ତି । ଏଥିସହ ବିଜେପି ସରକାର ପ୍ରଚାର, ଦୁର୍ନୀତି ଏବଂ ଅତ୍ୟାଚାରର ସରକାର ବୋଲି ବର୍ଷିଛନ୍ତି । ତାଙ୍କ ବିରୋଧରେ ଦାଖଲ ହୋଇଥିବା ଏଫ୍‌ଆଇଆର୍ ବିଷୟରେ କମଲ ନାଥ ମଧ୍ୟ ଉତ୍ତର ଦେଇଛନ୍ତି । ସେ କହିଛନ୍ତିଯେ ଏହି ଏଫଆଇଆର୍ ସମ୍ପର୍କରେ ଜନସାଧାରଣଙ୍କ ପ୍ରତିକ୍ରିୟା କ\’ଣ ସେ ଜାଣିବା ପାଇଁ ଚାହୁଁଛନ୍ତି । ଜନତା ହିଁ ସର୍ବେସର୍ବା ବୋଲି କମଲନାଥ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com