Breaking NewsFeaturedରାଜନୀତି

ଏନସିପି ନେତାଙ୍କ ଜଘନ୍ୟ ବୟାନ । ପ୍ରଭୁ ଶ୍ରୀରାମଙ୍କ ଉପରେ ଦେଲେ କଟୁ ମନ୍ତବ୍ୟ ।

ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିରର ହେବ ଉଦଘାଟନ । କିନ୍ତୁ ପ୍ରଭୁ ରାମଙ୍କୁ ନେଇ ଆସୁଛି ଅନେକ ବିବାଦୀୟ ବୟାନ । ଏହି କ୍ରମରେ ଜଣେ ଏନସିପି ନେତା ଦେଇଛନ୍ତି କଟୁ ମନ୍ତବ୍ୟ । ଭଗବାନ ରାମ ଜଣେ ଶାକାହାରୀ ନୁହଁନ୍ତି । ସେ ମାଂସାହାରୀ ଥିଲେ । ଜଣେ ବ୍ୟକ୍ତି କିପରି ୧୪ ବର୍ଷ ଜଙ୍ଗଲରେ ରହି ଶିକାର ବିନା ବଞ୍ଚିପାରିବ? ଶ୍ରୀରାମ ମଧ୍ୟ ଜଙ୍ଗଲରେ ଶିକାର କରୁଥିଲେ। ଆମେ ମଧ୍ୟ ସେମାନଙ୍କର ଆଦର୍ଶକୁ ଅନୁସରଣ କରୁଛୁ ଏବଂ ବର୍ତ୍ତମାନ ଲୋକମାନଙ୍କୁ ଜବରଦସ୍ତ ଶାକାହାରୀ କରାଯାଉଛି। ଏଭଳି ଜଘନ୍ୟ ବୟାନ ଦେଇଛି ଏନସିପି ଶରଦ ପାୱାର ଦଳର ନେତା ଡ. ଜିତେନ୍ଦ୍ର ଆହାଦ । ଶୁଣନ୍ତୁ କଣ କହୁଛନ୍ତି ଏନସିପି ନେତା ।

ଏଠାରେ କହିରଖୁଛୁ ଯେ, ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଅନେକ ରାଜ୍ୟରେ ମଦ ଓ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରା ଯାଇଛି। ଏହି କ୍ରମରେ ବିଜେପି ନେତା ରାମ କଦମ ମଧ୍ୟ ମହାରାଷ୍ଟ୍ର ସରକାରଙ୍କୁ ଗୋଟିଏ ଦିନ ପାଇଁ ପ୍ରତିବନ୍ଧକ ଲଗାଇବାକୁ ନିବେଦନ କରିଛନ୍ତି। ଯାହାକୁ ନେଇ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଏନସିପି ନେତା । ଯାହାକୁ ନେଇ ଦୃଢ ନିନ୍ଦା କରିଛି ବିଜେପି ।

Related Articles

Back to top button
WP Twitter Auto Publish Powered By : XYZScripts.com