Featuredଜାତୀୟଜୀବନଶୈଳୀମନୋରଞ୍ଜନ

ଏସବୁ ବଲିଉଡ ଷ୍ଟାରଙ୍କ ଫ୍ୟାମିଲି ଲାଇଫ ବିଷୟରେ ଆପଣ ଜାଣିଛନ୍ତି କି? ଜାଣନ୍ତୁ ଗ୍ଲାମର୍‌ ଦୁନିଆର ସିକ୍ରେଟ୍‌…

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଗ୍ଲାମର ଦୁନିଆ ବା ଫିଲ୍ମ ଦୁନିଆ ସହ ଜଡ଼ିତ ଥିବା ବ୍ୟକ୍ତି, ବିଶେଷ କରି ହିରୋଇନମାନେ ସବୁବେଳେ ଲାଇମଲାଇଟ୍‌ରେ ରହିବା ପାଇଁ ଖୁବ୍ ପସନ୍ଦ କରିଥାନ୍ତି । କାହିଁକି ନା ଏଥିରୁ ତାଙ୍କୁ ଫାଇଦା ମିଳିଥାଏ । ଯାହାର ବେଶି ଚର୍ଚ୍ଚା ହୋଇଥାଏ ଲୋକମାନେ ତାଙ୍କ ଫିଲ୍ମ ଦେଖିବାକୁ ବେଶି ପସନ୍ଦ କରିଥାନ୍ତି । କେବଳ ଏତିକି ନୁହେଁ ଏହାଦ୍ୱାରା ସେମାନଙ୍କ ରୋଜଗାରର ମଧ୍ୟ ଅନେକ ବାଟ ଖୋଲିଯାଏ । କିଛି ବଲିଉଡ଼ ଅଭିନେତ୍ରୀ ନିଜକୁ ସବୁବେଳେ ଲାଇମ୍ ଲାଇଟ୍‌ରେ ରଖିବାକୁ ପସନ୍ଦ କରୁଥବା ବେଳେ ଆଉ କିଛି ହିରୋଇନ୍ ନିଜ ପର୍ସନାଲ ଲାଇଫ୍ ସବୁବେଳେ ସିକ୍ରେଟ୍ ରଖିବାକୁ ପସନ୍ଦ କରିଥାନ୍ତି । ଖାସ୍ କରି ବିବାହିତ ଅଭିନେତ୍ରୀମାନେ ସେମାନଙ୍କ ମ୍ୟାରେଡ଼ ଲାଇଫ୍ ବିଷୟରେ ଖୁବ୍ କମ୍ ଆଲୋଚନା କରିଥାନ୍ତି । ଯେଉଁଥିପାଇଁ ବଲିଉଡ୍‌ ଉପରେ ଫୋକସ କରୁଥିବା ବ୍ୟକ୍ତିମାନେ ପପୁଲାର ଅଭିନେତ୍ରୀଙ୍କ ବିଷୟରେ ଖୁବ୍ କମ୍ ଜାଣିବାକୁ ପାଇଥାନ୍ତି । ଯଦି ଆମେ ଆପଣଙ୍କୁ ଅନୁଷ୍କା, ଐଶ୍ୱର୍ଯ୍ୟା ବା ଦୀପିକାଙ୍କୁ ଛାଡ଼ି ମାଧୁରୀ ଦିକ୍ଷିତଙ୍କ ସ୍ୱାମୀଙ୍କ ବିଷୟରେ ପଚାରିବୁ କି ଜୁହୀ ଚାୱଲା, ପ୍ରୀତି ଜିଣ୍ଟା, ବିଦ୍ୟା ବାଲାନ୍ କି ରାଣୀ ମୁଖାର୍ଜୀଙ୍କ ଭଳି ଟପ୍ ହିରୋଇନଙ୍କ ସ୍ୱାମୀଙ୍କ୍ ବିଷୟରେ ପଚାରିବୁ ତେବେ ତାଙ୍କ ବିଷୟରେ ଆପଣ କିଛି କହିପାରିବେ କି? ଆମ ଭିତରୁ ବହୁ ଲୋକଙ୍କ ଉତ୍ତର ନା ହିଁ ଆସିବ । ତେବେ ଚାଲନ୍ତୁ ଜାଣିବା ବଲିଉଡ୍‌ର ଏହି ଚର୍ଚ୍ଚିତ ୧୦ ହିରୋଇନ୍‌ଙ୍କ ସ୍ୱାମୀଙ୍କ ବିଷୟରେ ।

ଜୁହୀ ଚାୱଲା: ଗୋଟିଏ ସମୟରେ ଜୁହୀ ଚାୱଲାଙ୍କୁ ବଲିଉଡ଼ର ଟପ୍ ହିରୋଇନ୍‌ଙ୍କ ଲିଷ୍ଟରେ ସାମିଲ୍ କରାଯାଇଛି । କିନ୍ତୁ କିଛି ଦିନ ହେଲା ଜୁହୀ କୌଣସି ଫିଲ୍ମରେ ନଜର ଆସୁ ନାହାନ୍ତି । ଏହା ପରେ ବି ସେ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି । ବିଶେଷ କରି ଜୁହୀଙ୍କୁ ଆଇପିଏଲ୍‌ରେ ଷ୍ଟାଡ଼ିୟମ୍ ରେ ଦେଖିବାକୁ ମିଳେ । ଯଦି ଆପଣ କ୍ରିକେଟ ଦେଖୁଥିବେ ତେବେ ଆପଣଙ୍କୁ ଜଣା ଥିବ କି ଜୁହୀ ଆଇପିଏଲ୍ ଟିମ୍ କୋଲକାତା ନାଇଟ୍ ରାଇଡ଼ରସର ସହଭାଗୀ। ଜୁହୀଙ୍କ ପର୍ସନାଲ ଲାଇଫ୍ ବିଷୟରେ ଯଦି କହିବା ତେବେ ଜୁହୀଙ୍କ ସ୍ୱାମୀ ହେଉଚନ୍ତି ଜୟ ମେହେତା । ଇଣ୍ଡିଆର ନାମୀଦାମୀ କମ୍ପାନୀ ମଧ୍ୟରେ ଗଣା ଯାଉଥବବା ମେହେତା କମ୍ପାନୀର ମାଲିକ ଅଟନ୍ତି । ମେହେତା ଗ୍ରୁପ୍‌ର ବିଜନେସ୍ ଆଫ୍ରିକା, କାନାଡ଼ା , ଆମେରିକ ଓ ଇଣ୍ଡିଆରେ ରହିଛି। ତେବେ ଏହି ଯୋଡ଼ିଙ୍କ ବିୟେରେ ଏକ ଇଣ୍ଟ୍ରେଷ୍ଟିଂ କଥା ଆମେ ଅପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ବହୁ ଲୋକ ଭାବନ୍ତି ଯେ ଜୁହୀ ଏବଂ ଜୟ ମେହେତାଙ୍କ ମଧ୍ୟରେ ବୟରେ ଅନ୍ତର ବହୁ ଅଧିକ ରହିଛି । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍ ଅଟେ । ଜୁହୀଙ୍କ ବୟସ ବର୍ତ୍ତମାନ ୫୪ ଥିବାବେଳେ ଜୟଙ୍କ ବୟସ ୬୦ । ତେବେ ଜୟଙ୍କ ବିବାହ ପୂର୍ବରୁ ଇଣ୍ଡିଆର ଆଉ ଏକ ଟପ୍ ବିଜନେସ୍ ଫ୍ୟାମିଲି ସହ ସମ୍ବନ୍ଧ ଥିବା ସୂଜାତା ବିର୍ଲାଙ୍କ ସହ ହୋଇଥିଲା । କିନ୍ତୁ ସୂଜାତା ବିର୍ଲାଙ୍କ ମୃତ୍ୟୁ ଏକ ଫ୍ଲାଇଟ୍ ଦୁର୍ଘଟଣାରେ ୧୯୯୦ରେ ହୋଇଥିଲା ଏହା ପରେ ୧୯୯୫ରେ ଜୟ ମେହେତା ଜୁହୀ ଚାୱଲାଙ୍କୁ ବିବାହ କରିଥିଲେ। ଏମାନଙ୍କର ଦୁଇ ଜଣ ପିଲା ରହିଛନ୍ତି ।

କାଜଲ: କାଜଲଙ୍କ ସ୍ୱାମୀ ବଲିଉଡ଼ର ସୁପର୍ ଷ୍ଟାର୍ ଅଜୟ ଦେବଗନ୍ । ଏମାନଙ୍କ ବିବାହ ୨୪ ଫେବୃଆରୀ ୧୯୯୯ରେ ହୋଇଥିଲା । ତେବେ ବିବାହ ପୂର୍ବରୁ ଅଜୟଙ୍କ ନା ବିଭିନ୍ନ ହିରୋଇନ୍‌ଙ୍କ ସହ ଶୁଣିବାକୁ ମିଳୁଥିଲା । ଗୋଟିଏ ସମୟ ବି ଏମିତି ଥିଲା କି ଅଜୟ ରବିନା ଟଣ୍ଡନଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଥିଲା । କିନ୍ତୁ ସମସ୍ତଙ୍କୁ ଚମ୍କାଇ ସେ କାଜଲଙ୍କୁ ବିବାହ କରିଥିଲେ । ଏମାନଙ୍କ ବିବହାକୁ ୨୨ ବର୍ଷରୁ ଅଧିକ ସମୟ ବିତି ଯାଇଛି । ଆଉ ଉଭୟ ନିଜର ଦୁଇ ପିଲାଙ୍କ ନିଶା ଏବଂ ୟୁଗ୍ ଦେବଗନ୍‌ଙ୍କ ସହ ବେଶ୍ ଖୁସିରେ ଅଛନ୍ତି ।

ରାଣୀ ମୁଖାର୍ଜୀ: ବଲିଉଡର ଟ୍ୟାଲେଣ୍ଟେଡ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ । ରାଣୀ ମୁଖାର୍ଜୀଙ୍କ ପତିଙ୍କ ନାମ ଆଦିତ୍ୟ ଚୋପ୍ରା । ରାଣୀ ଏବଂ ଆଦିତ୍ୟଙ୍କ ବିବାହ ୨୦୧୪ରେ ହୋଇଥିଲା । ଏହା ଆଦିତ୍ୟ ଚୋପ୍ରାଙ୍କ ଦ୍ୱିତୀୟ ବିବାହ ଥିଲା । ରାଣୀ ମୁଖାର୍ଜୀଙ୍କ ପୂର୍ବରୁ ଆଦିତ୍ୟ ଚୋପ୍ରା ୨୦୦୦ ମସିହାରେ ପାୟଲ ଖାନ୍ନାଙ୍କୁ ବିବାହ କରିଥିଲେ । ପରେ ଉଭୟଙ୍କ ସହମତିରେ ୨୦୦୯ରେ ଛାଡ଼ପତ୍ର ନେଇଥିଲେ । ତେବେ ସେମାନଙ୍କର କୌଣସି ସନ୍ତାନ ନଥିଲେ । ଏହାପରେ ଆଦିତ୍ୟ ଚୋପ୍ରା ଚୁପ୍‌ଚାପ୍ ରାଣୀ ମୁଖାର୍ଜୀଙ୍କୁ ବିବାହ କରିଥବଲେ । ୨୦୧୫ରେ ରାଣୀ ମୂଖାର୍ଜୀ ଆଦିତ୍ୟ ଚୋପ୍ରାଙ୍କ ଝିଅ ଆଦିରାକୁ ଜନ୍ମ ଦେଇଥିଲେ । ଆଦିତ୍ୟ ଚୋପ୍ରାଙ୍କୁ ବଲିଉଡ଼ର ସବୁଠାରୁ ବଡ଼ ଫିଲ୍ମ ମେକର ବୋଲି କୁହାଯାଏ । ଆଦିତ୍ୟ ଚୋପ୍ରା ବଲିଉଡ଼ର ସବୁଠାରୁ ବଡ଼ ପ୍ରଡ଼କ୍ସନ ହାଉସ୍ ୟସ୍ ଚୋପ୍ରା ଫିଲ୍ମସ୍‌ର କର୍ତ୍ତାଧର୍ତ୍ତା ଅଟନ୍ତି ।

ବିଦ୍ୟା ବଲାନ୍: ବଲିଉଡ଼ରେ ଏକ ଭିନ୍ନ ଲେବଲର ଅଭିନୟ ପାଇଁ ମସହୁର୍ ଅଭିନେତ୍ରୀ ବିଦ୍ୟାବଲାନ୍ ଖୁବ୍ ପରିଚିତ । ତେବେ ତାଙ୍କ ପତିଙ୍କ ନାମ ସିଦ୍ଧାର୍ଥ ରୟ କକପୁର । ଏହି ଦୁଇ ଜଣଙ୍କ ବିବାହ ୨୦୧୨ରେ ହୋଇଥିଲା । ତେବେ ଏହା ବିଦ୍ୟାଙ୍କର ପ୍ରଥମ ବିବାହ ଥିବାବେଳେ ସିଦ୍ଧାର୍ଥଙ୍କର ଏହା ତୃତୀୟ ବିବାହ ôତଳା । ପ୍ରଥମେ ସିଦ୍ଧାର୍ଥ ନିଜର ପିଲାଦିନର ସାଙ୍ଗ ଆରତୀ ବଜାଜଙ୍କୁ ବିବାହ କରିଥିଲେ । ତେବେ ଏହି ବିବାହ ବେଶି ଦିନ ପର୍ଯ୍ୟନ୍ତ ଉଭୟଭ୍‌କୁ ବାନ୍ଧି ରଖି ପାର ନଥବଲା ଫଳରେ ଉଭୟଙ୍କ ଡ଼ିଭୋର୍ସ ହୋଇଯାଇଥିଲା । ଏହାପରେ ସିଦ୍ଧାର୍ଥଙ୍କ ବିବାହ ଛୋଟ ପରଦାର ପ୍ରଡ଼୍ୟୁସର କବିତାଙ୍କ ସହ ହୋଇଥିଲା କିନ୍ତୁ , ବିବାହ ମଧ୍ୟ ବେଶି ଦିନ ଚାଲିପାରି ନଥିଲା । ୨୦୧୧ରେ ସିଦ୍ଧାର୍ଥ କବିତାଙ୍କ ଠାରୁ ଅଲଗା ହୋଇଯାଇଥିଲେ ଏବଂ ୧୪ ଡ଼ିସେମ୍ବର ୨୦୧୨ରେ ବିଦ୍ୟାବଲାନଙ୍କୁ ବିବାହ କରିଥିଲେ । ସିଦ୍ଧାର୍ଥଙ୍କର ବି ବଲିଉଡ଼ରେ ବହୁ ନାମ ରହିଛି । ୟେ ରୟ କପୁର ଫିଲ୍ମସର ମ୍ୟାନେଜିଂ ଡ଼ାିରେକ୍ଟର ଅଟନ୍ତି । ଏହାଛଡ଼ା ସେ ପ୍ରଡ଼୍ୟୁସର ଗେଲ୍ଟ ଅଫ୍ ଇଣ୍ଡିଆର ପ୍ରେସିଡ଼େଣ୍ଟ ମଧ୍‌ୟ ଅଟନ୍ତି ।

ଶିଳ୍ପା ସେଟ୍ଟୀ: ଶିଳ୍ପାସେଟ୍ଟୀଙ୍କ ସ୍ୱାମୀ ହେଉଛନ୍ତି ରାଜ କୁନ୍ଦ୍ରା । ସେ ଜଣେ ସଫଳ ବ୍ୟବସାୟୀ । କିନ୍ତୁ ଲୋକ ତାଙ୍କୁ ପ୍ରାୟତଃ ଅଧିକ ଜାଣନ୍ତି ଏଥି ପାଇଁ କି ସେ ଶିଳ୍ପାଙ୍କ ସ୍ୱାମୀ । ଶିଳ୍ପା ଏବଂ ରାଜ୍‌ଙ୍କର ବିବାହ ୨୨ ନଭେମ୍ବର ୨୦୦୯ରେ ହୋଇଥିଲା । କିନ୍ତୁ ରାଜ୍ କୁନ୍ଦ୍ରାଙ୍କର ଏହା ଦ୍ୱିତୀୟ ବିବାହ ଥିଲା । ଏହା ପୂର୍ବରୁ ରାଜ୍ କୁନ୍ଦ୍ରା କବିତା କୁନ୍ଦା ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । କିନ୍ତୁ ଉଭୟଙ୍କର ଏକ ଝିଅ ଥିବାବେଳେ ତାଙ୍କର ଡ଼ିଭୋର୍ସ ମଧ୍ୟ ହୋଇଯାଇଥିଲା । ଶିଳ୍ପାଙ୍କୁ ବିବାହ ପରେ ଉଭୟ ଗୋଟିଏ ଝିଅ ଏବଂ ଗୋଟିଏ ପୁଅର ପିତାମାତା ଅଟନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆଜି ଜଣେ ସଫଳ ବିଜନେସ୍ ମ୍ୟାନ୍ ହୋଇଥିବା ରାଜ୍ କୁନ୍ଦ୍ରାଙ୍କ ବାପା ଜଣେ କଣ୍ଡକ୍ଟର ଥିଲେ ।

ମାଧୁରୀ ଦୀକ୍ଷିତ୍: ବଲିଓଡ଼୍‌ରେ ସବୁଠାରୁ ପ୍ରସିଦ୍ଧ ତଥା ଦକ୍ଷ ହିରୋଇନ୍ ମଧ୍ୟରେ ଗଣା ଯାଉଥିବା ହିରୋଇନ୍‌ଙ୍କ ମଧ୍‌ରେ ପ୍ରଥମେ ମାଧୁରୀଙ୍କ ନାଁ ଆସେ। ମାଧୁରୀ ଦୀକ୍ଷିତ ଯେତେବେଳେ ବଲିଓଡ଼ରେ ରାଜ୍ କରୁଥିଲେ ସେତେବେଳେ ତାଙ୍କର ବିବାହ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟକ୍ରିଦେଇଥିଲା । ଯେତେବେଳେ ଗଣମାଧ୍ୟମରେ ତାଙ୍କୁ ବିଭିନ୍ନ ଅଭିନେତାଙ୍କ ସହ ଯୋଡ଼ା ଯାଉଥିଲା ସେତେବେଳେ ସେ ଆମେରିକାର ଲସ୍ ଆଞ୍ଜେଲ୍ସେ୍‌ରେ ୧୭ ଅକ୍ଟୋବର ୧୯୯୯ରେ ଡକ୍ଟର ଶ୍ରୀରାମ ମାଧବ ନେନେଙ୍କୁ ବିବାହ କରିଥିଲେ । ଡ଼କ୍ଟର ନେନେ ବହୁତ ବଡ଼ କାର୍ଡ଼ିଓ ଭସ୍‌କୁଲାର୍ ସର୍ଜନ ଥିଲେ । ତେବେ ଆଶ୍ଚର୍ଯ୍ୟର କଥା ଯେ ମାଧୁରୀଙ୍କୁ ବିବାହ କରିବା ପୂର୍ବରୁ ଡକ୍ଟର ନେନେ ତାଙ୍କର ଗୋଟିଏ ବି ଫିଲ୍ମ ବି ଦେଖିନଥିଲେ । ସେ ଏକଥା ଜାଣି ବି ନଥିଲେ ଯେ ମାଧୁରୀ ଭାରତରେ କେତେ ବଡ଼ ସେଲିବ୍ରେଟୀ । ବିବାହ ପରେ ମାଧୁରୀ ଫିଲ୍ମ ଦୁନିଆଠାରୁ ସମ୍ପୂର୍ଣ୍ଣ ଦୂରେଇ ଆମେରିକାରେ ରହିବାକୁ ଚାଲିଯାଇଥିଲେ । ଆଉ ୨୦୧୧ରେ ପୂରା ପରିବାର ସହ ଇଣ୍ଡିଆ ଫେରିଥିଲେ । ମାଧୁରୀଙ୍କର ୨ ପୁଅ ବି ଅଛନ୍ତି ।

ସୋନମ୍ କପୁର: ସୋନମ୍ କପୁରଙ୍କର ବଳିଉଡ଼ କ୍ୟାରିଅର ଏତେ ଭଲ ନଥିଲା । ତେବେ ତାଙ୍କର ଖାସ୍ ପରିଚୟ ହେଉଛି ସେ ଅନିଲ୍ କପୁରଙ୍କ ଝିଅ। ସୋନମ୍‌ଙ୍କ ସ୍ୱାମୀଙ୍କ ନାମ ଆନନ୍ଦ ଆହୁଜା । ଆନନ୍ଦ ଆହୁଜା ଭାରତର ସବୁଠାରୁ ବଡ଼ ଏକ୍ସପର୍ଟ କମ୍ପାନୀ ସାହି ଏକ୍ସପର୍ଟର ମ୍ୟାନେଜିଂ ଡ଼ାଇରେକ୍ଟର ଏହା ବ୍ୟତୀତ ସେ ଭାନେ ନାମରେ ଏକ କମ୍ପନୀ ମଧ୍ୟ ଚଳାଉଛନ୍ତି । ସୋନମ ଏବଂ ଆନନ୍ଦଙ୍କ ବିବାହ ୨୦୧୮ରେ ହୋଇଥିଲା ।

ପ୍ରୀତି ଜିଣ୍ଟା: ଡ଼ିମ୍ପଳ ଗର୍ଲ ପ୍ରତୀ ଜିଣ୍ଟାବଲିଉଡ଼ର ଜଣେ ଚର୍ଚ୍ଚିତ ଅଭିନେତ୍ରୀ । ସେ ସମୟରେ ପ୍ରାୟ ଡ଼ାଇରେକ୍ଟର ଏବଂ ପ୍ରଡ଼୍ୟୁସରଙ୍କର ଆଶ ଏୟା ଥାଏ କି ତାଙ୍କ ଫିଲ୍ମରେ ବାସ୍ ପ୍ରିତୀ ଜିଣ୍ଟା ଆସି ଯାଆନ୍ତୁ । ପ୍ରୀତି ଜିଣ୍ଟା ତାଙ୍କ କ୍ୟାରିଅରେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଚନ୍ତି । ପ୍ରୀତି ଜିଣ୍ଟା ଆମେରିକାର ନାଗରିକ ଜିନ୍ ଗୁଡ଼ିନୋଙ୍କୁ ବିବାହ କରିଥିଲେ । ପ୍ରୀତି ଜିଣ୍ଟାଙ୍କ ସ୍ୱାମୀ ମାର୍ସଲ ସ୍କୁଲ ବିଜନେସ୍ ରୁ ନିଜ ପଢା ସମ୍ପୂର୍ଣ୍ଣ କରିଥିଲେ । ଏହା ଛଡ଼ା ବିଜନେସ୍ ଷ୍ଟଡ଼ିରେ ମାଷ୍ଟର ଡିଗ୍ରୀ ବି ହାସିଲ କରିଛନ୍ତି । ବର୍ତ୍ତମାନ ପ୍ରୀତି ସ୍ୱାମୀ ଏନ୍‌ଲାଇନ୍ ଏନର୍ଜି ନାମକ ଏକ କମ୍ପାନୀର ଭାଇସ୍ ପ୍ରେସିଡ଼େଣ୍ଟ ଅଟନ୍ତି ।

ପ୍ରିୟଙ୍କା ଚୋପ୍ରା: ପ୍ରିୟଙ୍କା ଚୋପ୍ରାଙ୍କ ନା ବଳିଉଡ଼ର ବିଭିନ୍ନ ଅଭିନେତାଙ୍କ ସହ ଯୋଡ଼ା ଯାଉଥିବା ବେଳେ ୨୦୧୮ରେ ସେ ଜଣେ ଆମେରିକି ଆକ୍ଟର ନିକୋଲାସ୍ ଜ୍ୟାରି ଜୋନାସ୍‌ଙ୍କୁ ବିବାହ କରିଥିଲେ । ବିଶେେ କରି ସେ ନିକ୍ ଜୋନାସ୍ ନାରେ ଖୁବ୍ ପୁଲାର୍ । ବିଶେଷକରି ବଲିଉଡ଼ରେ ପ୍ରାୟ ହିରୋଇନ୍ ନିଜ ଠାରୁ ବହୁ ବଡ଼ ବ୍ୟକ୍ତି ବିଶେଷଙ୍କୁ ବିବାହ କରିଥାନ୍ତି କିନ୍ତୁ ପ୍ରିୟଙ୍କା ନିଜଠାରୁ ୧୦ ବର୍ଷ ଛୋଟ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି । ବିବାହ ପରେ ସେ ନିଜ ସ୍ୱାମୀ ଏବଂ ଝିଅ ସହ ଆମେରିକାରେ ରହୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com