ଜାତୀୟ

ମହୁଆଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ସଂସଦରୁ ନିଲମ୍ବିତ ହୋଇଥିବା ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ସୁପ୍ରିମକୋର୍ଟ ଝଟକା ଦେଇଥିଲେ । ବୁଧବାର ଦିନ ହୋଇଥିବା ଶୁଣାଣିରେ ମହୁଆଙ୍କୁ ଆଶ୍ୱସ୍ଥି ମଳିନାହିଁ । ନିଲମ୍ବିତ ଆଦେଶ ଉପରେ ରୋକ୍ ଲଗାଇବାକୁ ମହୁଆଙ୍କ ତରଫରୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହି ମାମଲାର ଶୁଣାଣି କରୁଥିବା ବିଚାରପତି ଜଷ୍ଟିସ ଖାନ୍ନା ଖାରଜ କରିଦେଇଛନ୍ତି । ଏହାସହ ମହୁଆଙ୍କ ଓକିଲ ଅଭିଶେକମନୁ ସଂଘଭୀଙ୍କ ଅନ୍ୟ ଏକ ଆବେଦନ ମଧ୍ୟ କୋର୍ଟରେ କାଟ୍ ଖାଇଛି । ଦ୍ୱିତୀୟ ଆବେଦନରେ ଏହି ମାମଲାର ଶୁଣାଣି ଫେବୃଆରୀ ମାସରେ କରାଯାଉ ବୋଲି ସଂଘଭୀ ମହୁଆଙ୍କ ତରଫରୁ ଆବେଦନ କରିଥିଲେ ।

ଏହା ପୂର୍ବରୁ ମହୁଆଙ୍କ ଓକିଲ ସଂଘଭୀ କହିଥିଲେ କି ମହୁଆ କେବଳ ତାଙ୍କ ଲଗଇନ୍ ଆଇଡି ଅନ୍ୟକୁ ଦେଇଥିବାରୁ ତାଙ୍କୁ ସଂସଦରୁ ନିଲମ୍ବନ କରାଯାଇଛି । ହେଲେ ଲାଂଚ ନେଇଥିବା ଅଭିଯୋଗ ଉପରେ ବିଚାର କରିବାର ଆବଶ୍ୟକତା ରହିଛି । ଆଇଡି ଲଗଇନକୁ ନେଇ ସଂଘଭୀ କହିଛନ୍ତି କି, ମୁଁ ୧୮ ବର୍ଷ ଧରି ସାଂସଦ ଭାବେ ରହିଛି । କେହି କେବଳ ଲଗଇନ୍ ଆଇଡି ଦେଇଦେଲେ ଅନ୍ୟମାନେ ତାହା ଲଗଇନ୍ କରିପାରିବେ ନାହିଁ । କାରଣ ଲଗଇନ୍ କରିବାକୁ ହେଲେ ଓଟିପିର ଆବଶ୍ୟକତା ରହିଛି । ଯାହାକି ସଂପୃକ୍ତ ସାଂସଦଙ୍କ ମୋବାଇଲକୁ ଆସିଥାଏ । ହେଲେ ସଂସଦରେ ନିୟମ ରହିଛି କି ଯଦି ସଂସଦର ଆଇଡି କି ପାସୱାଡ ହ୍ୟାକ୍ ହୁଏ ତେବେ ସାଂସଦ ନିଲମ୍ବିତ ହୋଇପାରିବେ । ହେଲେ କେହି କାହାକୁ ଆଇଡି ଲଗଇନ୍ ଦେଇଦେଲେ ତାଙ୍କୁ ନିଲମ୍ବନ କରାଯିବାର କୌଣସି ପ୍ରାବଧାନ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com