ଜାତୀୟ

ଜାମ୍ମୁ କାଶ୍ମୀରରେ ପୁଣି ଏକ ଆତଙ୍କବାଦୀ ଆକ୍ରମଣ

ଜାମ୍ମୁ କାଶ୍ମୀରରେ ଶୁକ୍ରବାର ଆତଙ୍କବାଦୀ ପୁଣି ଥରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି । ଅନନ୍ତନାଗ ଜିଲ୍ଲାର ବିଜବେହରା ଅଞ୍ଚଳରେ ଆତଙ୍କୀମାନେ ପୋଲିସ ଏବଂ ସିଆରପିଏଫର ପାଟ୍ରୋଲିଂ ଟିମ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଜଣେ ପୋଲିସକର୍ମୀ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ସୁରକ୍ଷାକର୍ମୀ ପୂରା ଅଞ୍ଚଳରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଏହା ପୂର୍ବରୁ ବାନ୍ଦୀପୋରା ଜିଲ୍ଲାରେ ଆତଙ୍କବାଦୀ ଜଣେ ପ୍ରବାସୀ ଶ୍ରମିକଙ୍କୁ ଗୁଳିକରି ହତ୍ୟା କରିଥିଲେ। ଗତ କିଛି ଦିନ ଧରି ଘାଟିରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ପ୍ରବାସୀ ଶ୍ରମିକ ଏବଂ ସୁରକ୍ଷାକର୍ମୀଙ୍କୁ ଏଥିରେ ଟାର୍ଗେଟ କରାଯାଉଛି । ଏହା ପୂର୍ବରୁ ଗୁରୁବାର ରାଜୋରି ଜିଲ୍ଲାରେ ଆତଙ୍କୀମାନେ ସେନାର ଏକ ଶିବିରକୁ ଟାର୍ଗେଟ କରି ଆକ୍ରମଣ କରିଥିଲେ । ଏଥିରେ ଚାରି ଜଣ ଯବାନ ସହିଦ ହୋଇଥିଲେ । ସେନାର ପଲାଟା ଜବାବରେ ଦୁଇ ଆତଙ୍କୀ ମଧ୍ୟ ନିହତ ହୋଇଥିଲେ । ଜାମ୍ମୁ କାଶ୍ମୀର ପୋଲିସ ଡିଜି ଦିଲବାଗ ସିଂ କହିଛନ୍ତି, ଆକ୍ରମଣ କରିଥିବା ଦୁଇ ଫାଦାୟିନ ସମ୍ଭବତଃ ଜୈସ-ଏ-ମହମ୍ମଦର ଥିଲେ। ଦୁହେଁ ଶିବିରରେ ପ୍ରବେଶ କରିବାକୁ ପ୍ରୟାସ କରିଥିଲେ କିନ୍ତୁ ନିହତ ହୋଇଥିଲେ। ଏଥିରେ ଭାରତୀୟ ସେନାର ଛଅ ଯବାନ ଆହତ ହୋଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com