Featured

ମୁଖ୍ୟମନ୍ତ୍ରୀ କି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଖର୍ଚ୍ଚ ହେଉନଥିବ ଏତେ ଟଙ୍କା, ଯେତିକି ଖର୍ଚ୍ଚ ହେଉଛି ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କ ପିଛାରେ

ଭୁବନେଶ୍ୱର: ଫେସବୁକ୍ ନେତୃତ୍ୱାଧୀନ କମ୍ପାନୀ ମେଟା ପ୍ଲାଟଫର୍ମ ଇନକମ୍ କହିଛି ଯେ ଏହା ସିଇଓ ତଥା ସହ-ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏବଂ ତାଙ୍କ ପରିବାରକୁ ଦିଆଯାଇଥିବା ସୁରକ୍ଷା ଭତ୍ତାକୁ ୪ ମିଲିୟନ୍ ଡଲାରରୁ ୧୪ ମିଲିୟନ୍ ଡଲାରକୁ ବୃଦ୍ଧି କରିଛି। ଯଦି ଏହାକୁ ଟଙ୍କାକୁ ରୂପାନ୍ତର କରାଯାଏ ତେବେ ଏହା ୧ ବିଲିୟନ ଅର୍ଥାତ ୧୫ କୋଟି ୭୦ ଲକ୍ଷ ଏବଂ ୯ ହଜାର ଟଙ୍କା ହେବ। କିଛି ଦିନ ପୂର୍ବରୁ, ଏହି କମ୍ପାନୀ ରୋଜଗାରର ହ୍ରାସ ଦେଖାଇ କାର୍ଯ୍ୟ କରୁଥିବା ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା।

ମେଟା ଏକ ଦାଖଲରେ କହିଛନ୍ତି ଯେ ଜୁକରବର୍ଗଙ୍କ ବିଦ୍ୟମାନ ବ୍ୟାପକ ସୁରକ୍ଷା କାର୍ଯ୍ୟକ୍ରମର ମୂଲ୍ୟ ସହିତ ଏହି ବର୍ଦ୍ଧିତ ଭତ୍ତା ଯଥାର୍ଥ ଏବଂ ଆବଶ୍ୟକ ଅଟେ। ଏହି ପଦକ୍ଷେପ ଏପରି ଏକ ସମୟରେ ଆସିଛି ଯେତେବେଳେ ସୋସିଆଲ ମିଡିଆ ପ୍ଲାଟଫର୍ମର ମାଲିକ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ହଜାର ହଜାର କର୍ମଚାରଙ୍କୁ ଚାକିରୀକୁ ହଟେଇ ଦେଇଛନ୍ତି । ୩୮ ବର୍ଷୀୟ, ଯିଏ ଫୋର୍ବସ୍ ବିଲିୟନେୟାର ତାଲିକାରେ ୧୬ ତମ ଧନୀ ବ୍ୟକ୍ତି, ୨୦୨୧ ମସିହାରେ ପ୍ରାୟ ୨୭ ମିଲିୟନ୍ ଡଲାର୍ ଅର୍ଥ ଅର୍ଜନ କରିଥିଲେ।

ଏକ ସମୟ ଥିଲା ଯେ ମାର୍କ ଦୁନିଆର ତୃତୀୟ ଧନୀ ବ୍ୟକ୍ତି ଥିଲେ, କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ବଦଳି ଯାଇଛି। ଧନୀ ବ୍ୟକ୍ତିଙ୍କ ତାଲିକାରେ ମାର୍କ ଧୀରେ ଧୀରେ ତିନି ନମ୍ବରରୁ ୧୬ ନମ୍ବରକୁ ଖସି ଆସିଲେ। ଚଳିତ ବର୍ଷର ସମ୍ପତ୍ତି ମୂଲ୍ୟ ୬୪.୫ ବିଲିୟନ ଡ଼ଲାର୍ ହୋଇଥିବାବେଳେ ୨୦୨୦ ରେ ମାର୍କଙ୍କ ସମ୍ପତ୍ତି ମୂଲ୍ୟ ୬୮.୬ ବିଲିୟନ ଡ଼ଲାର୍ ହୋଇଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com