Breaking NewsFeaturedରାଜନୀତି

ରାମଲାଲାଙ୍କୁ ମୋଦି ଛୁଇଁବା ମନା! କାହିଁକି ଏମିତି କହିଲେ ଶଙ୍କରାଚାର୍ଯ୍ୟ, ଦେଖନ୍ତୁ

ଆଉ ସପ୍ତାହ ପରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବ ଭବ୍ୟ ରାମମନ୍ଦିର । ରାମଲାଲାଙ୍କ ପ୍ରଣ ପ୍ରତିଷ୍ଠା କରିବେ ଖୋଦ ପ୍ରଧାନମନ୍ତ୍ରୀ ମୋଦି । ଯାହାକୁ ନେଇ ଘନେଇଛି ବିବାଦ । ଏହି ଭବ୍ୟ ଉତ୍ସବରେ ଯୋଗ ଦେବା ପାଇଁ ବିଶ୍ୱର କୋଣଅନୁକୋଣର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ କରାଯାଇଛି ନିମନ୍ତ୍ରଣ । କିନ୍ତୁ ସବୁଠୁ ବଡ କଥା ହେଲା ଭାରତର ତଥା ସନାତନ ଧର୍ମର ଧର୍ମଗୁରୁ ସମସ୍ତ ଚାରି ଶଙ୍କରାଚାର୍ୟ୍ୟ ଏହି ପବିତ୍ର ଉତ୍ସବରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି।

ରାମ ମନ୍ଦିରରେ ଯେଉଁପରି ଭାବରେ ପ୍ରାଣ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି, ତାହା ପରମ୍ପରା ବିରୋଧୀ ବୋଲି ପୁରୀ ଶଙ୍କରାଚାର୍ୟ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି। ଏଥିସହ ଶଙ୍କରାଚାର୍ୟ୍ୟମାନେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ କାହିଁକି ଯୋଗଦେବେ ନାହିଁ, ତାର କାରଣ ମଧ୍ୟ କହିଛନ୍ତି। ସେହିପରି ଜ୍ୟୋତିର୍ମଠର ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରନନ୍ଦ ବି କହିଛନ୍ତି ଯେତେବେଳେ ପୁରା ବିଧି ବିଧାନ ସହିତ ମନ୍ଦିର ନିର୍ମାଣ ଶେଷ ହେବ ସେତେବେଳେ ଆମେ ଅଯୋଧ୍ୟା ଯିବୁ । ଶୁଣନ୍ତୁ କଣ କହୁଛନ୍ତି ଶଙ୍କରାଚାର୍ଯ୍ୟ ।

ତେବେ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି, ଶଙ୍କରାଚାର୍ୟ୍ୟଙ୍କର ନିଜସ୍ବ ସମ୍ମାନ ରହିଛି। ଏହା ଅହଂକାର ନୁହେଁ। ଯେତେବେଳେ ପ୍ରଧାନମନ୍ତ୍ରୀ ରାମ ଲଲାଙ୍କ ପ୍ରତିମା ସ୍ଥାପନ କରୁଥିବେ, ସେତେବେଳେ ଶଙ୍କରାଚାର୍ୟ୍ୟମାନେ ଦର୍ଶକ ଭଳି ଉପସ୍ଥିତ ରହିବା ଆଶା କରାଯାଏ କି? ଧର୍ମନିରପେକ୍ଷ ସରକାରର ଅର୍ଥ ନୁହେଁ ପରମ୍ପରାର ଉଲ୍ଲଙ୍ଘନ।”ଏହାପୂର୍ବରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ କହିଥିଲେ, କି କିଏ ମୂର୍ତ୍ତିକୁ ଛୁଇଁବା ଏବଂ କିଏ ନ ଛୁଇଁବା, ଏସବୁ ସ୍କନ୍ଦ ପୁରାଣରେ ଏହା ଲେଖାଯାଇଛି। ତେବେ ମୋଦି ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା କରିବେ ଆଉ ଆମେ କଣ ଯାଇ ତାଳି ମାରିବୁ । ଯେହେତୁ ଶାସ୍ତ୍ରୀୟ ବିଧିବିଧାନରେ ପ୍ରତିଷ୍ଠିତ ହେଉନାହାଁନ୍ତି, ତେଣୁ ରାମ ମନ୍ଦିରର ଉଦଘାଟନୀ ଉତ୍ସବରେ ଯୋଗଦେବା ମୋ ପାଇଁ ଉପଯୁକ୍ତ ନୁହେଁ ବୋଲି କହିଥିଲେ ଶଙ୍କରାଚାର୍ୟ୍ୟ ।

Related Articles

Back to top button
WP Twitter Auto Publish Powered By : XYZScripts.com