Breaking NewsFeaturedଜାତୀୟରାଜନୀତି

ବିରୋଧୀ ମେଣ୍ଟର ନାମକରଣକୁ ନେଇ ସମସ୍ତ ୨୬ ଦଳ ନାଁରେ FIR

ଦିଲ୍ଲୀର ଜଣେ ଆଇନଜୀବୀ ଦେଲେ ଏତଲା

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ବିରୋଧୀଙ୍କ ମେଣ୍ଟ, ‘ଇଣ୍ଡିଆ’କୁ ନେଇ ଏବେ କେବଳ ରାଜନୈତିକ ଦଳ ନୁହେଁ ସାଧାରଣ ଲୋକମାନେ ମଧ୍ୟ ହଙ୍ଗାମା କରିବା ଆରମ୍ଭ କରି ଦେଲେଣି । ଏହି କ୍ରମରେ ଗୁରୁବାର ଦିଲ୍ଲୀରେ ଜଣେ ଆଇନଜୀବୀ ଇଣ୍ଡିଆ ନାମକୁ ନେଇ ବିରୋଧୀ ଦଳଙ୍କ ନାଁରେ ଏଫ୍‌ଆଇଆର୍ ଦେଇଛନ୍ତି । ଅଭିଯୋଗକାରୀଙ୍କ କହିବା ଅନୁସାରେ ବିରୋଧୀଦଳ ସେମାନଙ୍କ ମେଣ୍ଟର ନାଁ ‘ଇଣ୍ଡିଆ’ ରଖି ଭାରତର ଜାତୀୟତା ତଥା ଜାତୀୟ ପ୍ରତୀକକୁ ଅସମ୍ମାନ କରିଛନ୍ତି । ବିରୋଧୀଙ୍କ ମେଣ୍ଟ ‘ଇଣ୍ଡିଆ’କୁ ନେଇ ନୂଆଦିଲ୍ଲୀର ବାରଖମ୍ବା ପୁଲିସ୍ ଷ୍ଟେସନରେ ଅଭିଯୋଗ ହୋଇଛି । ଯେଉଁଥିରେ ଅଭିଯୋଗକାରୀ ଦାବି କରିଛନ୍ତି ଯେ ଏହି ନାମ ଭାରତର ଜାତୀୟ ପ୍ରତୀକ ଆଇନ ବା ନେସନାଲ ଏମ୍ବେଲେମ୍‌ର ଉଲ୍ଲଂଘନ ଅଟେ । ଏହି ଅଧିନିୟମ ଅନନୁଯାୟୀ କୌଣସି ବ୍ୟକ୍ତି ନିଜ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଜାତୀୟ ପ୍ରତୀକକୁ ବ୍ୟବହାର କରିପାରିବେ ନାହିଁ । ଆଉ ଏହିପରି ଅଭିଯୋଗ କରି ମେଣ୍ଟର ୨୬ଟି ରାଜନୈତିକ ଦଳ ବିରୋଧରେ ଏତଲା ଦେଇଛନ୍ତି । ସେ ଦର୍ଶାଇଛନ୍ତି ଯେ ଏହାଦ୍ୱାରା ଭାରତର ଜନସାଧାରଣଙ୍କ ଜାତୀୟ ଭାବନାକୁ ଆଘାତ ପହଞ୍ଚୁଛି ।

ତେବେ ଜାତୀୟ ପ୍ରତୀକ ବା ନ୍ୟାସନାଲ ଏମ୍ବଲେମ୍ କହିଲେ ଏହା ବୀରତ୍ୱର ପ୍ରତୀକ ଅଶୋକ ସ୍ତମ୍ଭକୁ ବୁଝାଏ । ଯାହାକି ‘ସତ୍ୟମେବ ଜୟତେ’ର ସ୍ଳୋଗାନ ଆଧାରରେ ପ୍ରତିଷ୍ଠିତ । ଏହା ସଂଘୀୟ ବ୍ୟବସ୍ଥାରେ ଗ୍ରହଣୀୟ ହୋଇଥିବା ଜାତୀୟ ସଂହତିକୁ ମଧ୍ୟ ସୂଚୀତ କରିଥାଏ । ଏହି ଜାତୀୟ ଏମ୍ବଲେମ୍ ନିକଟରେ ଇଣ୍ଡିଆ ଶବ୍ଦର ସିଧା ସଳଖ କିଛି ଉଲ୍ଲେଖ ହୋଇ ନାହିଁ । କେବଳ ପ୍ରତୀକ ସହ ସତ୍ୟମେବ ଜୟତେ ସ୍ଳୋଗାନ ଯୋଡ଼ି ରହିଛି । ସେ ଦୃଷ୍ଟିରୁ ଦିଲ୍ଲୀରେ ହୋଇଥିବା ଅଭିଯୋଗ ହୁଏତ କୋର୍ଟରେ ଖାରଜ ହୋଇଯାଇ ପାରେ ।

ଅନ୍ୟପଟେ ଜାତୀୟ ପ୍ରତୀକ ଏବଂ ନାମ ଗୁଡ଼ିକର ଅନୁପଯୁକ୍ତ ବ୍ୟବହାର ରୋକିବାକୁ ପାଇଁ ୧୯୫୦ ଅଧିନିୟମ ଧାରା ୩ ଅନୁଯାୟୀ, କୌଣସି ବ୍ୟକ୍ତି କେନ୍ଦ୍ରସରକାରଙ୍କ ବିନା ଅନୁମତିରେ ବାଣିଜ୍ୟ, ବ୍ୟବସାୟ କିମ୍ବା ବ୍ୟକ୍ତିଗତ ଲାଭ ଉଦ୍ଦେଶ୍ୟରେ ଜାତୀୟ ଚିହ୍ନ କିମ୍ବା ନାମର ବ୍ୟବହାର କରିପାରିବେ ନାହିଁ । ସେପଟେ ବିରୋଧୀମାନେ ଆଗକୁ ସେମାନଙ୍କ ମେଣ୍ଟର କାର୍ଯ୍ୟାଳୟ ନୂଆ ଦିଲ୍ଲୀରେ ଖୋଲିବେ ବୋଲି ଘୋଷଣା କରିଛନ୍ତି । ଏଥି ସହିତ ମେଣ୍ଟ ଏହି ନାଁରେ ନିର୍ବାଚନ ପ୍ରଚାର କରିବ ବୋଲି ଜଣା ପଡ଼ିଛି । ଏବେ ଦେଖିବାକୁ ବାକି ରହିଲା ବିରୋଧୀ ମେଣ୍ଟର ନାମ ଇଣ୍ଡିଆକୁ ନେଇ ଆଗକୁ କଣ ସବୁ ଘଟୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com