Featuredକ୍ରୀଡ଼ାଜାତୀୟ

IPL ଫାଇନାଲ ପୂର୍ବରୁ ଚେନ୍ନାଇକୁ ଝଟକା; ଧୋନି-ଜାଡେଜାଙ୍କ ମଧ୍ୟରେ ବିବାଦ !

 ଫ୍ୟାନ୍ସ ଦେଉଛନ୍ତି ଏଭଳି ମତାମତ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଚଳିତ ଆଇପିଏଲରେ ଚେନ୍ନାଇ ଫାଇନାଲରେ ପ୍ରବେଶ କରିଥିବାବେଳେ ଆଉ ଏକ ଖବର ସାମ୍ନାକୁ ଆସିଛି । ତାହା ହେଉଛି ମହେନ୍ଦ୍ର ସିଂ ଧୋନି ଏବଂ ରବିନ୍ଦ୍ର ଜାଡେଜାଙ୍କ ବିବାଦ । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଭାରତୀୟ କ୍ରିକେଟ ପ୍ରଶଂସକ । କାରଣ ଏହି ଦୁଇ ଖେଳାଳି ଏବେ ଗୋଟିଏ ଦଳ ଅର୍ଥାତ୍ ଚେନ୍ନାଇ ସୁପର କିଙ୍ଗସରୁ ଖେଳୁଛନ୍ତି । ଆଉ ଚେନ୍ନାଇ ବର୍ତ୍ତମାନ ଆଇପିଏଲରେ ଫାଇନାଲକୁ ଯାଇଛି । ତେଣୁ ଏପରି ଘଡିସନ୍ଧି ସମୟରେ ଦୁହିଁଙ୍କ ବିବାଦକୁ ନେଇ ଫ୍ୟାନ୍ସ ଚିନ୍ତାରେ ପଡିଛନ୍ତି । ତେବେ ସେମାନଙ୍କ ଭିତରେ ବିବାଦ ହୋଇଥିବା କଥା ଆମେ ନୁହେଁ ଫ୍ୟାନମାନେ କହୁଛନ୍ତି ।

ଘଟଣାନୁସାରେ ମେ ୨୦ରେ ଚେନ୍ନାଇ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ ଚାଲିଥାଏ । ଏହି ମ୍ୟାଚରେ ଦିଲ୍ଲୀକୁ ହରାଇ ଚେନ୍ନାଇ ବିଜୟ ହାସଲ କରିଥିଲା । ମାତ୍ର ମହଙ୍ଗା ବୋଲର ଭାବେ ଜାଡେଜା ୫୦ ରନ ବ୍ୟୟ କରି ମାତ୍ର ଗୋଟିଏ ୱିକେଟ ହାତେଇଥିଲେ । ମ୍ୟାଚ ଶେଷ ହେବାପରେ ଧୋନି ଜାଡେଜାଙ୍କ ସହିତ ବହୁ ସମୟ ଧରି ବାର୍ତ୍ତାଳାପ କରୁଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ସୋସିଆଲ ମିଡିଆରେ ପ୍ରଶଂସକମାନେ ସେମାନଙ୍କ ଭିତରେ ବିବାଦ ଆରମ୍ଭ ହୋଇଥିବା ଭଳି ଭିନ୍ନ ଭିନ୍ନ ଗୁଜବ ସୃଷ୍ଟିକାରୀ ମତାମତ ଦେଇଥିଲେ । ତେବେ ଏହାର ଉତ୍ତର ଦେବାକୁ ଯାଇ ଗୋଟିଏ ଦିନପରେ ଜାଡେଜା ସୋସିଆଲ ମିଡିଆରେ ମଧ୍ୟ ଏକ ବର୍ତ୍ତା ପୋଷ୍ଟ କରିଥିଲେ । ସେ ଲେଖିଥିଲେ ଯେ – କର୍ମ ଆପଣଙ୍କୁ ଫେରାଇ ଆଣିବ । ଶୀଘ୍ର ହେଉ ବା ବିଳମ୍ବରେ ଏହା ନିଶ୍ଚୟ ହେବ । ଏହା ସହିତ ଥମ୍ପସ ଅପ୍‌ର ଏକ ଇମୋଜି ମଧ୍ୟ ଦେଇଥିଲେ ଜାଡେଜା । ତେବେ ଜାଡେଜା ଏପରି କାହାକୁ କହୁଛନ୍ତି ତାହା ଅସ୍ପଷ୍ଟ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com