କ୍ରୀଡ଼ା

ଏହି ଦିନ ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବେ ହାର୍ଦ୍ଦିକ ପାଣ୍ଡ୍ୟା: ସୂଚନା ଦେଲେ ଭାରତୀୟ କ୍ରିକେଟର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା

ନୂଆଦିଲ୍ଲୀ() ଦୀର୍ଘ ଦିନ ହେଲା ଆହତ ଜନିତ ସମସ୍ୟା କାରଣରୁ ଟିମ ଇଣ୍ଡିଆରେ ନିଜ ସ୍ଥାନ ପକ୍କା କରି ପାରୁନାହାନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଶ୍ରୀଲଙ୍କା ବିପକ୍ଷ ଘରୋଇ ସିରିଜରେ ମଧ୍ୟ ସେ ସ୍ଥାନ ପାଇ ନାହାନ୍ତି । ସେପଟେ ରଣଜୀରୁ ମଧ୍ୟ ଦୂରେରଇ ରହିଛନ୍ତି ହାର୍ଦ୍ଦିକ । କିନ୍ତୁ ଏହି ସମୟରେ ଭାରତୀୟ ଯିମ ଚିଫ ସିଲେକ୍ଟର ଚେତନ ଶର୍ମା ପାଣ୍ଡ୍ୟାଙ୍କ ଚୟନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । କେବେ ହାର୍ଦ୍ଦିକଭ୍କର ଟିମରେ ପ୍ରତ୍ୟାବର୍ତ୍ତନ ହେବ ସେ ନେଇ ସୂଚନା ଦେଇଛନ୍ତି ଚେତନ ଶର୍ମା ।

ଆଘାତ ଯୋଗୁଁ ବୋଲିଙ୍ଗ କରିବା ପାଇଁ ସକ୍ଷମ ହୋଇ ପାରୁ ନାହାନ୍ତି ହାର୍ଦ୍ଦିକ । ତେଣୁ ସେ ଦଳର ନିୟମିତ ସଦସ୍ୟ ହୋଇପାରୁନାହାନ୍ତି । ତେବେ ଯେଉଁଦିନ ସେ ଅନୁଭବ କରିବେ ଯେ ସେ ଏବେ ବୋଲିଙ୍ଗ କରିବା ପାଇଁ ଫିଟ ଅଛନ୍ତି, ସେହିଦିନ ତାଙ୍କୁ ଦଳ ଚୟନ କରିବ ବୋଲି ପ୍ରକାଶ କରିଛନ୍ତି ଶ୍ରୀ ଶର୍ମା । ତେବେ ଯେଉଁ ପର୍ଯ୍ୟନ୍ତ ବୋଲିଙ୍ଗକୁ ନେଇ ତାଙ୍କ ଫିଟନେସ ସମ୍ପର୍କରେ ସ୍ପଷ୍ଟ ହୋଇନାହିଁ, ତାଙ୍କୁ ଚୟନ କରିବା କଥା ଚିନ୍ତା କରାଯିବ ନାହିଁ । ଭାରତୀୟ ସୀମିତ ଦଳକୁ ଫେରିବା ପାଇଁ ହାର୍ଦ୍ଦିକ ରଣଜୀ ଟ୍ରଫିରେ ଭାଗ ନେଇନାହାନ୍ତି । ହାର୍ଦ୍ଦିକ ଦଳର ଜଣେ ଦକ୍ଷ ଏବଂ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ରହିଥିଲେ । କିନ୍ତୁ ଆହତ ସମସ୍ୟା ପାଇଁ ଦଳରୁ ବାରମ୍ବାର ବାଦ ପଡୁଛନ୍ତି ହାର୍ଦ୍ଦିକ । ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ସହ ବୋଲିଭ୍ଗ ପାଇଁ ପ୍ରସ୍ତୁତ ହୋଇଗଲେ କମିଟି ତାଙ୍କୁ ଚୟନ କରିବମ୍ବିଷୟରେ ନିଶ୍ଚୟ ଚିନ୍ତା କରିବ ।
ତେବେ ହାର୍ଦ୍ଦିକ ୨୦୨୨ ଆଇପିଏଲରୁ ପୁଣି ତରେ ମଇଦାନକୁ କମବ୍ୟାକ କରିବାକୁ ଯାଉଛନ୍ତି । ଚଳିତ ସିଜନରେ ନୂଆ ଦଳ ଭାବେ ଯୋଗ ଦେଇଥିବା ଗୁଜୁରାଟ ଯାଇଟନ୍ସର ନେତୃତ୍ୱ ନେବାକୁ ଯାଉଛନ୍ତି ହାର୍ଦ୍ଦିକ । ଶେଷ ଥର ପାଇଁ ଟି-୨୦ ବିଶ୍ୱକପରେ ଖେଳିଥିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।

Related Articles

Back to top button
WP Twitter Auto Publish Powered By : XYZScripts.com