ଜାତୀୟରାଜନୀତି

ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ଶାହ : ଶନିବାର ଇସ୍ତଫା ଦେଇଥିଲେ ବିପ୍ଳବ ଦେବ

ତ୍ରିପୁରା: ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ଶାହ । ଆରମ୍ଭ ହେଲା ମାଣିକ ରାଜ । ରବିବାର ମାଣିକ ଶାହାଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ରମେଶ ବୈଶ ।

ସୂଚନାନୁସାରେ, ଶନିବାର ତ୍ରିପୁରା ରାଜନୀତିରେ ବଡ ଧରଣର ପରିବର୍ତ୍ତନ ହୋଇଥିଲା । ବିପ୍ଲବ ଦେବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ମାଣିକ ଶାହଙ୍କୁ ବିଧାୟକ ଦଳ ନତା ନିର୍ବାଚିତ କରାଯାଇଥଲା । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭୁପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଦ୍ଧିବଦ୍ଧ ଭାବେ ମାଣିକ ଶାହାଙ୍କ ନାଁ ମୁଖ୍ୟମନ୍ତ୍ରୀ ଭାବେ ସୁପାରିଶ ହୋଇଥିଲା ।

ସୂଚନାଯୋଗ୍ୟ, ୨୦୧୬ରେ କଂଗ୍ରେସ ଛାଡିବା ପରେ ବିଜେପିରେ ସାମିଲ ହୋଇଥିଲା ମାଣିକ ଶାହ । ୨୦୨୦ ସେ ତ୍ରିପୁରା ବିଜେପି ଅଧ୍ୟକ୍ଷ ହେବା ସହ ରାଜ୍ୟସଭା ଯାଇଥିଲେ । ଶାହ ମୁଖ୍ୟମନ୍ତ୍ରୀ ହେବା ପରେ ଦଳୀୟ କମିଟିରେ ମଧ୍ୟ ନୂଆଁ ମୁହଁଙ୍କୁ ସାମିଲ କରାଯାଇଛି । ଦଳରେ ୭ ଜଣ ଉପ-ସଭାପତି ଏବଂ ୩ ଜଣ ସାଧାରଣ ସମ୍ପାଦକ ରହିବେ ବୋଲି ଜଣାପଡିଛି । ଏହା ସହିତ ୬ ଜଣ ସମ୍ପାଦକ ଏବଂ ୭ ଜଣ ମୁଖପାତ୍ର ମଧ୍ୟ ରହିବା ନେଇ ବିଜେପି ଯୋଜନା କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com