ଜାତୀୟ

ଥାଇଲ୍ୟାଣ୍ଡ ବରକୋଳି ରାୟଗଡ଼ା ମାଟିରେ ଫଳିଛି

ଥାଇଲ୍ୟାଣ୍ଡ ବରକୋଳି ରାୟଗଡ଼ା ମାଟିରେ ଫଳିଛି। ଶୁଣିବା ପାଇଁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ। ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଭାଲେରି କୁଡିଆ ଗ୍ରାମର ଆଦିବାସୀ ଯୁବକ ପୀତବାସ ଶବର ଏହି ଚାଷ ନିଜ ଜମିରେ କରୁଛନ୍ତି।

ଚାଷ ଛାଡି ଦାଦନ ଖଟିବାକୁ ବର୍ତ୍ତମାନ ଯୁବପିଢି ପସନ୍ଦ କରୁଥିବାବେଳେ, ଚାଷ କ୍ଷେତ୍ରରେ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ପୀତବାସ। ଚଳିତ ବର୍ଷ ସେ ୧୦୦ ଟି ବରକୋଳି ଗଛରୁ ଏକଲକ୍ଷ ଟଙ୍କାର ଲାଭ ମିଳିବ ବୋଲି କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com