ଓଡ଼ିଶା

କାରଖାନାରେ ଫାଟିଲା ଗ୍ୟାସ୍ ସିଲିଣ୍ଡର : ସିକ୍ୟୁରିଟି ଗାର୍ଡ ମୃତ, ଅନ୍ୟ ୩ ଜଣ ଆହତ

ଝାରସୁଗୁଡା() ଝାରସୁଗୁଡା ଜିଲ୍ଲା କୋଲାବିରା ଥାନା ରଘୁନାଥପାଲ୍ଲୀରେ ଥିବା ଜୟ ହନୁମାନ କାରଖାନାରେ ଅଘଟଣ । ଗ୍ୟାସ୍ ସିଲିଣ୍ଡର ଫାଟି ଜଣେ ସିକ୍ୟୁରିଟି ଗାର୍ଡଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁରୁବାର ଭୋର ୪ଟା ସମୟରେ କାରଖାନାର କିଲନ ବିଭାଗରେ କାମ ଚାଲିଥିବା ବେଳେ ଗ୍ୟାସ୍ ସିଲିଣ୍ଡର ଫାଟିଯାଇଥିଲା ।

ଫଳରେ ସେଠାରେ ଉପସ୍ଥିତ ସିକ୍ୟୁରିଟି ଗାର୍ଡ ଶୈଳେଶ ସାହୁଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ପଠାଇ ଦିଆଯାଇଥିଲା । ଅନ୍ୟ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com