ଅନ୍ତର୍ଜାତୀୟଓଡ଼ିଶାଜାତୀୟସ୍ୱାସ୍ଥ୍ୟ

SCB ମେଡିକାଲରେ କରାଯିବ ହୃତ୍‍ପିଣ୍ଡ ପ୍ରତିରୋପଣ

ଭୁବନେଶ୍ୱର, ୨୭/୧୨/୨୦୨୨-   SCB ମେଡିକାଲ କଲେଜ ଓ ହସ୍ପିଟାଲରେ ହୃଦରୋଗୀ ମାନଙ୍କ ନିମନ୍ତେ ଏକ ୟୁନିଟ୍‍ ଖୋଲିବାକୁ ଯାଉଛି । ଏହି ୟୁନିଟରେ ହୃତ୍‍ପିଣ୍ଡ ପ୍ରତିରୋପଣ କରାଯିବ । ଆସନ୍ତା ୨୯ ତାରିଖରୁ SCBର କାର୍ଡିଓଲୋଜି ବିଭାଗରେ ହାର୍ଟ ଫେଲ୍ୟୁଅର କ୍ଲିନିକ୍‍ କାର୍ଯ୍ୟକ୍ଷମ ହେବ । ସପ୍ତାହର ପ୍ରତ୍ୟେକ ଗୁରୁବାର କ୍ଲିନିକ୍‍ ଖୋଲା ରହିବ । ହୃତ୍‍ପିଣ୍ଡ ପ୍ରତିରୋପଣ ପାଇଁ ଅତିକମରେ ରାଜ୍ୟ ବାହାରେ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ମାତ୍ର SCBରେ ଏବେ ମାଗଣାରେ ଏହି ସ୍ୱାସ୍ଥ୍ୟସେବା ମିଳିବ । ଏଠାରେ ଗୁରୁତର ହୃଦରୋଗୀ ଡାକ୍ତରଙ୍କ ପରାମର୍ଶ ନେବେ । ସେହି ଅନୁସାରେ ପ୍ରତିରୋପଣ ନିମନ୍ତେ ପଞ୍ଜୀକରଣ କରାଯିବ ।

ରାଜ୍ୟ ସରକାରଙ୍କ ଡିରେକ୍ଟୋରେଟ୍‍ ଅଫ୍‍ ମେଡିକାଲ ଏଜୁକେସନ ଆଣ୍ଡ୍‍ ଟ୍ରେନିଂ (DMET) ପକ୍ଷରୁ ଏନେଇ ଅନୁମତି ମିଳିସାରିଛି । DMET କାର୍ଯ୍ୟାଳୟର ଏକ ଟିମ୍‍ SCB ମେଡିକାଲର କାର୍ଡିଓ ଥୋରାସିସ୍‍ ଆଣ୍ଡ ଭସ୍କୁଲାର ସର୍ଜରୀ (CTVS) ବିଭାଗକୁ ଆସି ଭିତ୍ତିଭୂମି ଯାଞ୍ଚ କରିଥିଲେ । ଏବେ ହୃତ୍‍ପିଣ୍ଡ ପ୍ରତିରୋପଣ ୟୁନିଟ୍‍ ଖୋଲିବା ପାଇଁ ସମସ୍ତ ବାଟ ଉନ୍ମୁକ୍ତ ହୋଇଛି । ଏଭଳି ୟୁନିଟ୍‍ ଖୋଲିବାକୁ ଦୀର୍ଘଦିନ ଧରି ପ୍ରଚେଷ୍ଟା କରାଯାଉଥିବା ବେଳେ ଶେଷରେ ଏହା ସଫଳ ହେବାକୁ ଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com