ଓଡ଼ିଶା

ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର,୧୮/୦୭/୨୦୨୨- ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ୱରେ ଦିଗପହଣ୍ଡି ରାଜନହର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଉପ-ସଭାପତି ଭୃଗୁ ବକ୍ସିପାତ୍ର ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକାରିଣୀର  ଉଦ୍‍ଘାଟନ କରିଥିଲେ। ଜିଲ୍ଲା ସାଧାରଣ ଏବଂ ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ସିଦ୍ଧାନ୍ତ ଗଙ୍ଗଦେବ ଅତିଥି ପରିଚୟ ପ୍ରଦାନ କରଥିବା ବେଳେ ଜିଲ୍ଲା ସାଧାରଣ ସଂପାଦକ ଏନ୍‍. ରାଜେନ୍ଦ୍ର କୁୂମାର ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ଜିଲ୍ଲା ସଭାପତି ବିଭୁତି ଜେନା ତାଙ୍କ ସ୍ୱାଗତ ଭାଷଣରେ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ସମ୍ପର୍କ, ସଙ୍ଘର୍ଷ ଏବଂ ସଂଗଠନ ମାଧ୍ୟମରେ ଲୋକଙ୍କ ସହିତ ଯୋଡି ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହ ରାଜ୍ୟରେ ଚାଲିଥିବା ଦୁର୍ନିତିଗ୍ରସ୍ଥ ବିଜେଡି ସରକାରକୁ ମୂଳତ୍ପାଟନ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକାରିଣୀରେ ମହନ୍ତ ଚିନ୍ମୟାନନ୍ଦ ଦାସ ମୋଦି ଶାସନରେ ଓଡିଆଙ୍କୁ ସମ୍ମାନୀତ କରି ଜଣେ ଜନଜାତି ବର୍ଗର ମହିଳାଙ୍କୁ ସର୍ବୋଚ୍ଚ ସାମ୍ବିଧାନୀକ ପଦବୀ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ମନୋନୟନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ,ପି. ନଡ୍ଡାଙ୍କୁ ଧନ୍ୟବାଦ ଦେଇଥିଲେ। କୃଷକଙ୍କୁ ସମ୍ମାନ ଏବଂ କୃଷକ କଲ୍ୟାଣକୁ ପ୍ରାଥମିକତା , ଯୁବକଙ୍କ ପାଇଁ ମିଶନ ଅଗ୍ନିପଥ ଯୋଜନା, କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ବାସହୀନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ଆଜାଦୀ କା ଅମୃତ ମହୋତ୍ସବର ଅଂଶ ସ୍ୱରୂପ ଜୁଲାଇ ୧୫ ତାରିଖରୁ ଆଗାମୀ ୭୫ ଦିନ ଯାଏଁ ୧୮ରୁ ୫୯ ବର୍ଷ ବୟସ ବର୍ଗର ଲୋକଙ୍କୁ ବୁଷ୍ଟର ଡୋଜ ମାଗଣାରେ ଯୋଗାଇ ଦିଆଯିବାକୁ ଆଜିର କର୍ଯ୍ୟକାରିଣୀ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ। ପୂର୍ବତନ ଜିଲ୍ଲା ସଭାପତି ନନ୍ଦ କିଶୋର ସାହୁଙ୍କ ସ୍ମୃତିରେ ଜିଲ୍ଲା ଉପ-ସଭାପତି ପରେଶ ଚନ୍ଦ୍ର ରଥ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଜିଲ୍ଲାରେ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ରାସ୍ତାଘାଟ, ବିଜୁଳୀ ସମସ୍ୟା, ଆଇନ ଶୃଙ୍ଖଳା ଇତ୍ୟାଦି ବିଷୟ ଗୁଡିକ ଆଲୋଚନା ହୋଇଥିବା ବେଳେ ବ୍ରହ୍ମପୁର ଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା, ବେଞ୍ଚ ମାର୍କ ଭେଲ୍ୟୁଏସନ ଏବଂ ରଙ୍ଗେଇଲୁଣ୍ଡା ଠାରେ ବିମାନବନ୍ଦର ନିର୍ମାଣ ବିଷୟକୁ ନେଇ ଆଜିର ରାଜନୈତିକ ଚିଠା ପ୍ରସ୍ତାବକୁ ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥୀ ଆଗତ କରିଥିଲେ। ଏହି ରାଜନୈତିକ ଚିଠା ପ୍ରସ୍ତାବକୁ ଜିଲ୍ଲା ଉପ-ସଭାପତି ରାମକୁମାର ପାତ୍ର , ମନୋଜ ପଟ୍ଟନାୟକ, ସୁବାଷ ସାହୁ ପ୍ରମୁଖ ସମର୍ଥନ କରିଥିଲେ। ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ ସାଙ୍ଗଠନିକ ବୃତ୍ତ ନେଇଥିଲେ। ରାଜ୍ୟ ଉପ ସଭାପତି ଭୃଗୁ ବକ୍ସିପାତ୍ର ତାଙ୍କ ଭାଷଣରେ କହିଥିଲେ ଯେ ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ବର୍ତ୍ତମାନର ଆଇନ ମନ୍ତ୍ରୀ କିରଣ ରିଜିଯୁ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ପତ୍ର ଲେଖି ନିର୍ଦ୍ଧିଷ୍ଟ ଜାଗା ନିରୁପଣ କରି କେନ୍ଦ୍ରକୁ ଜଣାଇବାକୁ କହିଥିଲେ ମଧ୍ୟ ରାଜ୍ୟ ସରକାର ଆଜି ସୁଦ୍ଧା କେନ୍ଦ୍ରକୁ ଏହାର ଉତ୍ତର ଦେଉନାହାନ୍ତି ।ଯାହା ଫଳରେ କି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରୁନାହିଁ। ସେହିଭଳି ରଙ୍ଗେଇଲୁଣ୍ଡା ଠାରେ ବିମାନବନ୍ଦର ପାଇଁ ରାଜ୍ୟ ସରକାର ଜାଗା ପ୍ରଦାନ କରୁ ନଥିବାରୁ ବିମାନବନ୍ଦର ନର୍ମାଣ ହୋଇପାରୁନାହିଁ। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ଶ୍ରୀମତୀ ମୀନା, ଗୋପାଳପୁର ଏନ୍‍.ଏ.ସି ସଭାପତି ଭାବେ ପଞ୍ଚାନନ ବେହେରା ଏବଂ ଭିଷ୍ମଗିରି ମଣ୍ଡଳର ସଭାପତି ଭାବେ ସୁଦାମ ବେହେରାଙ୍କ ନାମ ଘୋଷଣା କରାଯାଇଥିଲା।  ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନ ସାମନ୍ତରା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡଙ୍ଗୀ, ଛତ୍ରପୁର ଏନ.ଏ.ସି ଚେୟାରମେନ ଶ୍ରୀମତୀ ସର୍ମିଷ୍ଠା ପ୍ରଧାନ, ପାତ୍ରପୁର ବ୍ଲକ ଚେୟରମ୍ୟାନ ୱାଇ.ସଞ୍ଜୁକ୍ତା, ବରିଷ୍ଠ ନେତା ଶିଶିର ପାଢ଼ୀ ମଞ୍ଚାସୀନ ଥିଲେ। ଜିଲ୍ଲା ଉପସଭାପତି ମନୋଜ ପଟ୍ଟନାୟକ, ମୋର୍ଚ୍ଚା ସଭାପତି, ସମସ୍ତ ମଣ୍ଡଳ ସଭାପତିଙ୍କ ସମେତ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। ଶେଷରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ ଧନ୍ୟବାଦ ଦେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com