ଓଡ଼ିଶା

ଅଚଳ ଆକାଉଣ୍ଟକୁ ଚାଲୁ କରିବାକୁ ଆସିଥିବା ବେଳେ ଅଘଟଣ, ବ୍ୟାଙ୍କ୍ ସମ୍ମୁଖରେ ବସି କଦଳୀ ଖାଉ ଖାଉ ଟଳିପଡିଲେ ଯୁବକ

ନୂଆପଡା : କଦଳୀ ଖାଉ ଖାଉ ବ୍ୟାଙ୍କ ଭିତରେ ଟଳି ପଡିଲେ ଯୁବକ । ନୂଆପଡା ଏକତା ଛକଠାରେ ଥିବା ଏଡିବି ବ୍ୟାଙ୍କକୁ ବନ୍ଦ ହୋଇ ଯାଇଥିବା ଖାତା ଚାଲୁ କରିବା ପାଇଁ ଆସିଥିବା ଘଟିଛି ଅଘଟଣ । ମୃତ ଯୁବକ ସ୍ଥାନୀୟ ଖୁଟବନଭେରା ଗ୍ରାମର ରଥୁ କେଉଁଟ । ଘଟଣାସ୍ଥଳରେ ନୂଆପଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ହୃଦଘାତରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ଅନେକ ଦିନ ହେବ ଏଡିବି ବ୍ୟାଙ୍କରେ ତାଙ୍କର ଖାତା ରହିଥିବା ବେଳେ ଲେଣ ଦେଣ ନ ଥିବାରୁ ଆକାଉଣ୍ଟ ଅଚଳ ହୋଇ ଯାଇଥିଲା । ଯାହାକୁ ଚାଲୁ କରିବା ପାଇଁ ସେ ବ୍ୟାଙ୍କକୁ ଆସିଥିଲେ । ପୂର୍ବରୁ ଦେହ ଅସୁସ୍ଥ ରହିଥିବା ସୂଚନା ମିଳିଛି । ବ୍ୟାଙ୍କ ଭିତର ଗେଟ୍ ସମ୍ମୁଖରେ ବସି କଦଳୀ ଖାଉ ଖାଉ ଟଳି ପଡିଥିଲେ ଯୁବକ । ସାଙ୍ଗେ ସାଙ୍ଗେ ବ୍ୟାଙ୍କ ମ୍ୟାନେଜର ନୂଆପଡା ପୋଲିସକୁ ଖବର କରିଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ବର୍ତ୍ତମାନ ତଦନ୍ତ ପରେ ମୃତଦେହକୁ ପରିବାର ଲୋକେ ନିଜ ଘରକୁ ନେଇ ଯାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com