ଓଡ଼ିଶା

ରାଜନୀତିରେ ଭାଗ୍ୟ ପରୀକ୍ଷା କରିବେ ବର୍ଷା: କେଉଁଠୁ ଲଢ଼ିବେ BMC ନା CMC

ଭୁବନେଶ୍ୱର : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିଥିବା ବେଳେ ଏବେ ଆରମ୍ଭ ହୋଇଯାଇଛି ପୌର ନିର୍ବାଚନ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛ ରାଜ୍ୟର ତିନୋଟି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଶିବିର । ତେବେ ଏହା ମଧ୍ୟରେ କଂଗ୍ରେସ ବିଏମସି ଓ ସିଏମସି ପାଇଁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିବା ବେଳେ ଗଣିତ କଷୁଛନ୍ତି ବିଜେପି ଓ ବିଜେଡି । କାହାକୁ ଟିକେଟ ଦେବେ, କାହାକୁ ନଦେବେ ସେନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଦୁଇ ଦଳ । ତେବେ ଏହା ମଧ୍ୟରେ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ପଞ୍ଚାୟତ ନିର୍ବାଚନରେ ବର୍ଷା କିଛି ଅଞ୍ଚଳରେ ବିଜେଡି ପାଇଁ ପ୍ରଚାର କରିଥିବାରୁ ସେ ପୌର ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିପାରନ୍ତି ବୋଲି ଚର୍ଚ୍ଚା ହୋଇଆସୁଛି ।

ଗତ କିଛି ବର୍ଷ ଧରି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ପାରିବାରିକ ବିବାଦରେ ଛନ୍ଦି ହୋଇଯାଇଛନ୍ତି । ଫଳରେ ତାଙ୍କୁ ଦଳ ଆଉ ଗୁରୁତ୍ୱ ନଦେବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଅନୁଭବଙ୍କୁ ଆଉ ଆଗଧାଡ଼ିରେ ଦେଖିବାକୁ ମିଳୁନାହିଁ । ଗତ ୨୦୧୯ ନିର୍ବାଚନ ସମୟରେ ଅନୁଭବଙ୍କୁ ବିଜେଡି ଷ୍ଟାର ପ୍ରଚାରକ ଭାବେ ମୈଦାନକୁ ଓହ୍ଲାଇଥିବା ବେଳେ ଦୀର୍ଘଦିନ ଧରି ଅନୁଭବ ଏକପ୍ରକାର ରାଜନୀତିରୁ ଗାଏବ ହୋଇଯାଇଛନ୍ତି । ଏପରିକି ଅନୁଭବଙ୍କ ସ୍ଥାନ ବର୍ଷା ନେବେ ବୋଲି ଅନେକ ମିଡ଼ିଆରେ ଚର୍ଚ୍ଚା ହେବାରେ ଲାଗିଛି ।

ତେବେ ବର୍ଷା ବିଜେଡିର କିଛି ବରିଷ୍ଠ ନେତାଙ୍କ ସହ ଯୋଗାଯୋଗରେ ରହିଥିବା ଚର୍ଚ୍ଚା ହେଉଛି । ତେବେ ବର୍ଷା ବିଜେଡି ପାଇଁ ପ୍ରଚାର କରିବେ ନା ପ୍ରାର୍ଥୀ ଭାବେ ଓହ୍ଲାଇବେ ସେ ନେଇ କୌଣସି ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନାହିଁ । ଯଦି ବର୍ଷା ପୌର ନିର୍ବାଚନକୁ ଓହ୍ଲାନ୍ତି ତେବେ ସେ ବିଏମସି କି ସିଏମରେ ଭାଗ୍ୟ ପରୀକ୍ଷା କରିବେ, ସେ ପ୍ରଶ୍ନ ସଭିଙ୍କ ମନରେ ଉଙ୍କି ମାରୁଛି । ହୋଇପାରେ ବର୍ଷା ଆସନ୍ତା ୨୦୨୪ ନିର୍ବାଚନରେ ବିଧାୟକ କିମ୍ବା ସାଂସଦ ଭାବେ ଲଢ଼ିପାରନ୍ତି । ସମୟ ଆସିଲେ ଏସବୁ ଗୁଜବ ଉପରୁ ପରଦା ହଟିବ ।

Related Articles

Back to top button
WP Twitter Auto Publish Powered By : XYZScripts.com