ଓଡ଼ିଶା

ଭୁବନେଶ୍ୱରରେ ନିଆଁ ବର୍ଷା, ସର୍ବାଧିକ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର() ଗତ 3 ଦିନ ଧରି ତତଲା କଡ଼େଇ ପାଲଟିଛି ରାଜଧାନୀ ଭୁବନେଶ୍ବର । ରବିବାର ଦିନ 12 ନ ବାଜୁଣୁ ସୂର୍ଯ୍ୟଙ୍କ କୋପ 40 ଡେଇଁ ଅପରାହ୍ଣ ସାଢ଼େ 2ଟା ବେଳକୁ 43 ଡିଗ୍ରୀ ଛୁଇଁଥିଲା । ମୁଣ୍ଡଫଟା ଖରା ସାଙ୍ଗକୁ, ଗୁଳୁଗୁଳି ଓ ଝାଞ୍ଜିରେ ରାଜଧାନୀ ରାଜରାସ୍ତା ହେଲା ଖାଁ ଖାଁ ।  ଖାଲି ଭୁବନେଶ୍ବର କାହିଁକି ଓଡ଼ିଶାର ଏକାଧିକ ସହର 40 ଡିଗ୍ରୀ ସେଲସିୟସ୍ ତାତିରେ ହେଲା ହଟ୍ ସିଟି ।

ଏପଟେ ଆଞ୍ଚଳିକ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂକୁ ନେଇ ଚିନ୍ତିତ ରାଜ୍ୟବାସୀ । ଓଡ଼ିଶାକୁ ପ୍ରବାହିତ ହେଉଥିବା ଶୁଷ୍କ ବାୟୁ ଅଚାନକ ତାପମାତ୍ରା ବୃଦ୍ଧି ପାଇଁ ଦାୟୀ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ଉପକୂଳ, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଏକାଧିକ ସହର ବାସିନ୍ଦା ଆଗାମୀ 5 ଦିନ ହିଟ୍ ୱେଭ୍ ସତର୍କତା ଅବସମ୍ବନ କରିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

Related Articles

Back to top button
WP Twitter Auto Publish Powered By : XYZScripts.com