
ଭୁବନେଶ୍ୱର: ଝାଡଖଣ୍ଡରେ ନିର୍ବାଚନ ମୈଦାନ ପାଇଁ ସରଗରମ ହେଉଛି ପ୍ରଚାର । ଏହି ସମୟରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ ଆଜିଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ଗସ୍ତରେ ଯିବେ । ସେଠାରେ ସେ ଏକାଧିକ ନିର୍ବାଚନ ସଭାରେ ଉଦ୍ବୋଧନ ଦେବା ସହିତ ରୋଡ-ଶୋ କରିବାର କାର୍ଯ୍ୟକ୍ରମ ରହିଛି । ଝାଡଖଣ୍ଡ ନିର୍ବାଚନ ପ୍ରଚାର ପାଇଁ ବିଜେପିର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଥିଲା । ସେଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅଛନ୍ତି ।
ଏହି ଦୁଇ ନେତା ଝାଡଖଣ୍ଡ ପ୍ରଚାରରେ ଦୁଇଦିନ ଧରି ପ୍ରଚାର କରିବେ । କେନ୍ଦ୍ରମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନଗର ଉନ୍ନୟନ ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଓ ଏକାଧିକ ବିଜେପି ନେତା ନିର୍ବାଚନ ପ୍ରଚାର ପାଇଁ ଝାଡଖଣ୍ଡରେ ଡେରା ପକାଇଛନ୍ତି । ସୂଚନା ମୁତାବକ, ସେପ୍ଟେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯାଇଥିଲେ । ମୁଖ୍ୟମନ୍ତ୍ରୀ ପଶ୍ଚିମ ସିଂହଭୂମର ଜଗନ୍ନାଥପୁରରେ ପ୍ରଚାର କରିଥିଲେ । ଏଥିସହ ମୁଖ୍ୟମନ୍ତ୍ରୀ ଚାଇଁବାସାର କୋଲ୍ ହାନ୍ ଯାଇ ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହୋଇଥିଲେ ।