ଓଡ଼ିଶା

GST ଫାଙ୍କିବା ପଡିଲା ମହଙ୍ଗା, ବ୍ୟବସାୟୀଙ୍କ ଘରେ ଓ ଦୋକାନରେ ଚଢାଉ

ପଦ୍ମପୁର()  ଜିଏସଟି ଫାଙ୍କିବା ପଡିଲା ମହଙ୍ଗା । ଦୀର୍ଘ ଦିନ ଜିଏସଟି ଫାଙ୍କି ଟଙ୍କା ରୋଜଗାର କରିବା ମହଙ୍ଗା ପଡିଛି । ବରଗଡ ଜିଲ୍ଲା ପଦ୍ମପୁର ବସନା ରୋଡ଼ ସ୍ଥିତ ଗିରିଧାରୀ ଅଗ୍ରଓ୍ବାଲଙ୍କ ଗୋୟଲ ଟ୍ରେଡ଼ର୍ସ ଠାରେ ଜିଏସଟି ଫାଙ୍କିଥିବା ସନ୍ଦେହରେ ଚଢାଉ କରାଯାଇଛି ।

ଜିଏସଟି ବିଭାଗର ଦୁଇଟି ଟିମ୍ ଶୁକ୍ରବାର ସକାଳ ୧୧ଟା ସମୟରେ ପଦ୍ମପୁର ବସନା ରାସ୍ତାରେ ଥିବା ତାଙ୍କ ଘର ଓ ଦୋକାନରେ ଚଢାଉ କରିଛନ୍ତି ।

ଏହି ବ୍ୟବସାୟୀ ଜଣଙ୍କ ଲୁହା, ଛଡ଼, ସିମେଣ୍ଟ, ପ୍ଲାଷ୍ଟିକ୍ ପାଇପ୍, କଲର, ଆଜବେଷ୍ଟ ବ୍ୟବସାୟ କରିଥାନ୍ତି । ଜିଏସଟି ଅଧିକାରୀ ରଜନୀକାନ୍ତ ସେଠଙ୍କ କହିବା ଅନୁସାରେ ଯେଉଁ ପରିମାଣରେ ତାଙ୍କର ବ୍ୟବସାୟ ହେଉଛି ସେହି ପରିମାଣରେ ଜିଏସଟି ଦେୟ ହେଉ ନଥିବା ସନ୍ଦେହରେ ଚଢାଉ କରାଯାଇଛି । ଜିଏସଟିର ଯାଞ୍ଚ ପରେ ବ୍ୟବସାୟୀ ଜଣଙ୍କ ଯେଉଁ ପରିମାଣର ଜିଏସଟି ଫାଙ୍କି ଥିବେ ସେହି ହିସାବରେ ଫାଇନ୍ ନିଆଯିବ ବୋଲି ଅଧିକାରୀ ଜଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com