ଓଡ଼ିଶା

ଛତିଶଗଡ ସିମାନ୍ତ ବିଜାପୁରରେ ଏନକାଣ୍ଟର, ପୋଲିସ ଗୁଳିରେ ନିହତ ହେଲେ ଦୁଇ ମହିଳା ମାଓବାଦୀ

ମାଲକାନଗିରି() ମାଲକାନଗିରି ଜିଲ୍ଲା ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଏନକାଣ୍ଟର । ପୋଲିସ ଗୁଳିରେ ନିହତ ହେଲେ ଦୁଇ ଜଣ ମହିଳା ମାଓବାଦୀ । ଘଟଣା ସ୍ଥଳରୁ ଦୁଇଟି ବନ୍ଧୁକ ଓ ଗୋଟିଏ ପିସ୍ତଲ ସହ ଭାରିମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ବିଜାପୁର ଜିଲ୍ଲା ଦୁରଦା ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିବା ପୋଲିସ ଗୁଇନ୍ଦା ବିଭାଗକୁ ଖବର ମିଳିଥିଲା । ଏହାକୁ ଆଧାର କରି DRG ଓ CRPF ବାହିନୀ ପକ୍ଷରୁ ଆଜି ସକାଳେ ସେଠାରେ କୁମ୍ୱିଂ ଅପରେସନ ଆରମ୍ଭ କରାଯାଇଥିଲା । ଘଟଣା ପରେ ମାଓବାଦୀ ପଳାୟନ କରିଥିବା ବେଳେ ସେଠାରେ ଜବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com