ଓଡ଼ିଶା

ବନ୍ଧୁକ ମୁନରେ ଲୁଟ୍, ଆକ୍ରମଣ କରି ବ୍ୟବସାୟୀଙ୍କଠୁ ଲୁଟିନେଲେ ୫ଲକ୍ଷ ଟଙ୍କା

ଆଠଗଡ: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ଲୁଟ୍ ।  ୫ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।  ଆଠଗଡ ଥାନା ଅନ୍ତର୍ଗତ ଜେନାପଦା ଶାଳବଣୀ ଜଙ୍ଗଲ ତାରିଣୀ ମନ୍ଦିର ରାସ୍ତାରୁ ଲୁଟ୍ ହୋଇଛି ।

ସୂଚନାଯୋଗ୍ୟ ଯେ, କଟକ ମାଲଗୋଦାମକୁ ଏକ ଆଇଚରରେ ଯାଉଥିବା ବେଳେ ଆଠଗଡ ଥାନା ଅନ୍ତର୍ଗତ ଜେନାପଦା ଶାଳବଣୀ ଜଙ୍ଗଲ ତାରିଣୀ ମନ୍ଦିର ରାସ୍ତାରେ ଅଟକାଇଥିଲେ ଦୁର୍ବୃତ୍ତ । ବ୍ୟବସାୟୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ୫ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ୫ଟି ବାଇକ୍ ଯୋଗେ ୭ଜଣ ଲୁଟେରା ଆସିଥିଲେ । ଏ ନେଇ ବ୍ୟବସାୟୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି ।  ଅଭିଯୋଗ ପରେ ଘଟଣାସ୍ଥଳରେ ଆଠଗଡ଼ ପୋଲିସ ଓ ତିଗିରିଆ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ଲୁଟେରାମାନଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com