ଓଡ଼ିଶା

ସ୍ପେଶାଲ ସ୍କ୍ୱାର୍ଡ କବ୍‌ଜାରେ ନକଲି ଡାକ୍ତର ରମେଶଙ୍କ ଡ୍ରାଇଭର, ଅଜ୍ଞାତ ସ୍ଥାନରେ ଚାଲିଛି ପଚରାଉଚରା

ଭୁବନେଶ୍ୱର() ସ୍ପେଶାଲ ସ୍କ୍ୱାର୍ଡ କବ୍‌ଜାରେ ନକଲି ଡାକ୍ତର ରମେଶଙ୍କ ଡ୍ରାଇଭର । ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରୁ ରମେଶଙ୍କ ଡ୍ରାଇଭର ଚିତ୍ତରଞ୍ଜନ ପଟ୍ଟନାଏକ ଓରଫ ପପୁକୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ନକଲି ଡାକ୍ତର ରମେଶ ଗିରଫ ହେବା ପରଠାରୁ ଫେରାର ଥିଲା ପପୁ । ଗିରଫ ପରେ ପପୁକୁ ଅଜ୍ଞାତ ସ୍ଥାନରେ ରଖି ଜେରା କରୁଛି ପୋଲିସ । ପପୁ ନିକଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ପୋଲିସ ଅନୁମାନ କରୁଛି ।

ଖବର ଅନୁଯାୟୀ, ନକଲି ଡାକ୍ତରର ପରିଚୟ ଦେଇ ୧୮ଜଣ ମହିଳାଙ୍କୁ ବିବାହ କରିଥିଲେ ରମେଶ । ଛତିଶଗଡ଼, ଆସାମ, ଓଡ଼ିଶାରୁ ଆଦି ବିଭିନ୍ନ ସ୍ଥାନରେ ବିବାହ କରିଥିଲେ ରମେଶ । ତାଙ୍କର ଏହି ଠକେଇର ଶିକାର ହୋଇଥିଲେ ମହିଳା ଡାକ୍ତର, ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଉଚ୍ଚଶିକ୍ଷିତା ମହିଳା । କେବଳ ସ୍ତ୍ରୀଙ୍କୁ ନୁହେଁ ଚାକିରି କରାଇଦେବା ନାଁରେ ସେ ବହୁ ଲୋକଙ୍କୁ ବି ଠକିଛନ୍ତି । ପୋଲିସରେ ଅଭିଯୋଗ ଆସିବା ପରେ ରସିକିଆ ମହାଠକ ରମେଶକୁ ଗିରଫ କରିଥିଲା ପୋଲିସ । ସେବେଠାରୁ ତାହା ସହିତ କାହାର କାହାର ଲିଙ୍କ ଅଛି । ସେନେଇ ଖୋଲତାଡ଼ କରୁଛି କମିଶନରେଟ୍‌ ପୋଲିସ । ଏପରିକି ମଙ୍ଗଳବାର ଦିନ ରମେଶଙ୍କ ପ୍ରଥମ ସ୍ତ୍ରୀଙ୍କୁ ମହିଳା ଥାନାକୁ ଡାକି ପଚରାଉଚରା କରିଥିଲା । ଏହାପରେ ବୁଧବାର ଦିନ ରମେଶଙ୍କୁ ରାଜ୍ୟ ଫରେନସିକ ଲାବୋରେଟାରୀରେ ପଲିଗ୍ରାଫ୍‌ ଟେଷ୍ଟ ହୋଇଥିଲା । ଏଥିରେ ୬ ଘଣ୍ଟାରେ ୭୦ ପ୍ରଶ୍ନ ପଚରାଉଯାଇଥିଲା । ପୋଲିସକୁ ତଦନ୍ତ ବେଳେ ମିଛି କହୁଥିବା ଲାଗି ପୋଲିସ ଏପରି ପଲିଗ୍ରାଫ ଟେଷ୍ଟ କରିଛି ।  ତେବେ ଏହି ଟେଷ୍ଟରେ ରମେଶ କେତେ ସତ କହିଛନ୍ତି । ତାହା ରିପୋର୍ଟ ଆସିବା ପରେ ଜଣାପଡିବ ।

Related Articles

Back to top button
WP Twitter Auto Publish Powered By : XYZScripts.com