ଓଡ଼ିଶା

୧୦ ଲକ୍ଷ ଟଙ୍କାର ନକଲି ଗୁଟ୍‌ଖା ଓ ଜର୍ଦ୍ଦା ଜବତ

ଚନ୍ଦ୍ରଶେଖରପୁର() ସୋମବାର ବିଳମ୍ବିତ ରାତିରେ ଏସ୍‌ଟିଏଫ ଓ ଚନ୍ଦ୍ରଶେଖରପୁର ଥାନା ମିଳିତ ଭାବେ ଚଢ଼ଉ କରି ଦେଢ଼ କୁଇଣ୍ଟାଲ ନକଲି ଗୁଟ୍‌ଖା ଓ ଜର୍ଦ୍ଦା ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପ୍ରକାଶ କରିଛି। ଏଥିସହ ଏହି କାରବାରରେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ ବ୍ୟବସାୟୀ ହେଲେ କାହ୍ନୁ ଚରଣ ଦାସ। ତାଙ୍କ ଘର ପୁରୀ ହୋଇଥିବା ବେଳେ ସେ ଡମଣାରେ ଥିବା କିଛି ବ୍ୟବସାୟୀଙ୍କୁ ଗୁଟ୍‌ଖା ଓ ଜର୍ଦ୍ଦା ବିକ୍ରି କରିବା ପାଇଁ ଆସିଥିଲେ। କୌଣସି ସୂତ୍ରରୁ ଖବର ପାଇ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com