ଓଡ଼ିଶା

ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ଥାନାରେ ଏତଲା

କନ୍ଧମାଳ() କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅନ୍ତର୍ଗତ ଓରା ପଞ୍ଚାୟତରେ ଅଭାବନୀୟ ଘଟଣା । ନବମ ଶ୍ରେଣୀ ଛାତ୍ରୀଙ୍କୁ ଏକାଧିକ ଯୁବକ ପାଟିରେ ରୁମାଲ ବାନ୍ଧି ଜୋର ଜବରଦସ୍ତ ଅପହରଣ କରିନେଇ ୩ ଦିନ ରଖି ଦୁଷ୍କର୍ମ କରିବା ପରେ ପୁଣି ଛାଡିଦେଇଥିବା ଅଭିଯୋଗ ହୋଇଛି । ଏ ନେଇ କୋଟଗଡ଼ ଥାନାରେ ପୀଡିତା ନାବାଳିକାଙ୍କ ବାପା ଏତଲା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୩ତାରିଖ ରାତିରେ ନାବାଳିକା ଜଣଙ୍କ ପରିସ୍ରା ଯିବା ପାଇଁ ବାହାରକୁ ଯାଇଥିବା ବେଳେ ଗ୍ରାମର ୪ ଜଣ ଯୁବକ ପାଟିରେ ରୁମାଲ ବାନ୍ଧି ଜୋର ଜବରଦସ୍ତ ବାଇକରେ ବସାଇ କୋଟଗଡ ପର୍ଯ୍ୟନ୍ତ ଆଣିଥିଲେ । ସେଠାରୁ ଆଉ କିଛି ଜଣ ମିଶି କାରରେ ବାଲିଗୁଡାକୁ ନେଇଯାଇଥିଲେ । ଅନ୍ଧାର ଘରେ ନାବାଳିକାଙ୍କୁ ଦୁଇ ଜଣ ଦୁଷ୍କର୍ମ କରିଥିଲେ ଏବଂ କହିଥିଲେ କାହାକୁ କହିବୁନି । ଯଦି ଘରେ କହିବୁ ବାପା-ମା’ଙ୍କୁ ଏବଂ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।  ତିନି ଦିନ ପରେ ନାବାଳିକାଙ୍କୁ  ଓରା ଗ୍ରାମ ନିକଟ ଏକ ଜଙ୍ଗଲରେ ଛାଡିଦେଲେ । ନାବାଳିକା ଜଣଙ୍କ ଘରକୁ ଆସି ସବୁକଥା କହିଲା ପରେ ବାପା କୋଟଗଡ ଥାନାରେ ମଙ୍ଗଳବାର ଏତଲା ଦେଇଥିଲେ ।

ତେବେ ପୋଲିସ ଏଯାଏଁ କାହାରିକୁ ଗିରଫ କରିନଥିବା ଜଣାପଡିଛି । ପୋଲିସ ଏନେଇ ୨୦/୨୨ ଧାରା ୩୬୩, ୩୪୩, ୩୬୬, ୩୭୬, ଡିଏ୫୬, ୩୪ ଓ ପୋକ୍ସୋରେ ମାମଲା ରୁଜୁ  କରି ତଦନ୍ତ କରୁଥିବା କହୁଛି । ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି । ତେବେ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପରିବାର ଲୋକେ ଦାବି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com