ଓଡ଼ିଶାରାଜନୀତି

ନିର୍ମାଣାଧିନ ବିଜୁ ସେତୁ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଓ ବିଧାୟକ

ଛତ୍ରପୁର, ୩୧/୦୮/୨୦୨୨-    ଓଡିଶା ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରୁଷିକୁଲ୍ୟା ନଦୀ ଉପରେ ହଂସପୁର-ବରଦା ଠାରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି କାର୍ଯ୍ୟର ତଦାରଖ କରିବା ନିମନ୍ତେ ମଙ୍ଗଳବାର ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଏହି ଅବସରରେ ଉଭୟ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ଅଧିକାରୀ ସହ ନିର୍ମାଣ କାର୍ଯ୍ୟ କେବେ ସରିବ ସେ ସମ୍ପର୍କରେ ପଚାରି ବୁଝିଥିଲେ । ଆସନ୍ତା ଅକ୍ଟୋବର ୧୫ ସୁଦ୍ଧା ରୋଡ଼ କାର୍ଯ୍ୟ ଶେଷ ହେବ । ଏହି ସେତୁ କାର୍ଯ୍ୟକ୍ଷମ ହେଲେ ଗଞ୍ଜାମ ଓ ଛତ୍ରପୁର ବ୍ଲକ ସମେତ ଆଖପାଖ ଅଂଚଳର ଜନ ସାଧାରଣ ମାନେ ଗମନାଗମନ ସହ ସମସ୍ତ ପ୍ରକାର ସୁବିଧା ପାଇପାରିବେ ବୋଲି ସେମାନେ କହିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଅଂଚଳର ଜନସାଧାରଣଙ୍କ ନିମନ୍ତେ ୨୨କୋଟି ୫୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ  ଫେବୁଆରୀ ୨୦୨୦ରୁ ଆରମ୍ଭ ହୋଇଥିଲା ।

ଏହି ସେତୁ ନିର୍ମାଣ ହେଲେ ହସଂପୁର, କରପଡା, କାଚରା, ରାଜପୁର, ବରଦା, ମଲାଡ, ଗେଦଲପଲ୍ଲୀ, ମୁନିଷିପେଣ୍ଠ, ସନ୍ତୋଷପୁର, ନନ୍ଦନାପଲ୍ଲୀ, ପୋଟଲାମପୁର, ରାଉଳିବନ୍ଧ, ବାଳସିଂହପଲ୍ଲୀ, ବାହାଲପୁର, ବେଣିଗୈାରି, ଖଟିଆ ରାମଚନ୍ଦ୍ରପୁର, ୟୁଡିଏସପୁର, କୁଶପଲ୍ଲୀ , ଜଗନ୍ନାଥପୁର ଆଦି ବହୁ ଗ୍ରାମ ଉପକୃତ ହୋଇପାରିବେ ।

ସବୁଠୁ ବଡ କଥା ହେଲା ନଦୀର ଗୋଟିଏ ପାଶ୍ୱର୍ରେ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଥିବା ବେଳେ ଗଞ୍ଜାମ ବ୍ଲକର କିଛି ଅଚଂଳ ଏହି ମେଡିକାଲ ଉପରେ ନିର୍ଭର କରିଥାନ୍ତି । ଉକ୍ତ ମେଡିକାଲକୁ ଆସିବାକୁ ହେଲେ ସେମାନେ ନଦୀ ପାର ହୋଇ ଆସିବାକୁ ପଡିଥାଏ । ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ତୁରନ୍ତ ଏହି ସେତୁ ପ୍ରକଳ୍ପ କାର୍ଯ୍ୟର ରହିଥିବା ବଳକା କାମ ଯଥାଶୀଘ୍ର ଶେଷ କରିବାକୁ ସାଂସଦ ଓ ବିଧାୟକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com