ଓଡ଼ିଶା

ବୁଲା କୁକୁରଙ୍କ ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର ପରେ ବନବିଭାଗକୁ ଦେଲେ ଗାଁ ଲୋକ

ଆନନ୍ଦପୁର() ଆନନ୍ଦପୁର ଥାନା କଣ୍ଟିପାଳ ଗାଁ ଦୋଳ ପଡିଆ ନିକଟରୁ ବୁଲା କୁକୁରଙ୍କ ଆକ୍ରମଣରେ ଆହତ ହରିଣକୁ ଉଦ୍ଧାର କରାଯାଇଛି । ଗ୍ରାମବାସୀମାନେ ଉଦ୍ଧାର ପରେ ହରିଣଟିକୁ ବନବିଭାଗକୁ ହସ୍ଥାନ୍ତର କରାଯାଇଛି । ହଦଗଡ ଅଭୟାରଣ୍ୟରୁ ଦୁଇଟି ହରିଣ ଖସିଆସି କଣ୍ଟିପାଳ ଗାଁ ଦୋଳ ପଡିଆ ନିକଟରେ ବୁଲୁଥିଲେ ।

ଏହି ସମୟରେ ବୁଲା କୁକୁର ମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। କୁକୁରଙ୍କ ଆକ୍ରମଣ ରେ ଗୋଟିଏ ହରିଣ ଆହତ ହୋଇଥିବା ବେଳେ ଅନ୍ୟଟି ପୁଣିଥରେ ଦୌଡି ଜଙ୍ଗଲକୁ ପଳାଇଥିଲା । କାଠକଟା ରେଞ୍ଜ କର୍ମଚାରୀ ମାନେ ଉଦ୍ଧାର ହରିଣର ଚିକିତ୍ସା ଚଳାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com