ଓଡ଼ିଶାରାଜନୀତି

ଧାମନଗର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର, ୧୨ /୧୦/୨୦୨୨-   ଧାମନଗର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅବନ୍ତୀ ଦାସଙ୍କ ନାଁରେ ମୋହର ମାରିଛନ୍ତି । ଅବନ୍ତୀ ଦାସ ଏବେ ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଛନ୍ତି।

ସେପଟେ କଂଗ୍ରେସ ମଧ୍ୟ ଆଜି ପ୍ରାର୍ଥୀ ଘୋଷଣା କରିଛି। ବାବା ହରେକୃଷ୍ଣ ସେଠୀଙ୍କୁ କଂଗ୍ରେସ ଦଳ ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି । ନଭେମ୍ବର ୩ ରେ ଧାମନଗର ଉପନିର୍ବାଚନ ପାଇଁ ମତଦାନ ହେବ। ଏହି ଉପନିର୍ବାଚନରେ ବିଜେପିର ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଏବଂ କଂଗ୍ରେସର ନେତା ବାବା ହରେକୃଷ୍ଣ ସେଠୀଙ୍କୁ ଅବନ୍ତୀ ଦାସଙ୍କ ମଧ୍ୟରେ କିଏ ଧାମନଗର ହାତେଇବ ତାକୁ ହିଁ ଅପେକ୍ଷା ।

Related Articles

Back to top button
WP Twitter Auto Publish Powered By : XYZScripts.com