ଓଡ଼ିଶା

ବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ରାମତନ୍ଦ୍ରପୁର ଥାନା ସୁଆଁଳ ଗ୍ରାମରେ ବିବାହିତା ମହିଳା ଅଶାନ୍ତି ସାମଲଙ୍କ ମୃତ୍ୟୁ ଏବେ ସନ୍ଦେହ ଘେରରେ । କଥାରେ କଥାରେ ନିୟମିତ ମାଡ ମାରୁଥିଲା ସ୍ବାମୀ ଦିପକ ରାଉତ । ଏପରିକି ପ୍ରବଳ ମାଡ ସହିନପାରି ଅନେକ ସମୟରେ ଘରଛାଡି କେବେ ବାପଘରକୁ ତ କେବେ ସାହି ପଡିଶା ଓ ବନ୍ଧୁ ବାନ୍ଧବ ଘରେ ଆଶ୍ରୟ ନେଉଥିଲେ ସ୍ତ୍ରୀ । ପୂର୍ବରୁ ସ୍ବାମୀ ମାଡମାରି ହାତ ଭାଙ୍ଗିଦେବାରୁ ହାତରେ ଅସ୍ତ୍ରପ୍ରଚାର କରାଯାଇ ରଡ ମଧ୍ୟ ଲଗାଯାଇଥିଲା ।

ଏନେଇ ବାପଘର ତରଫରୁ ବିଭିନ୍ନ ସମୟରେ ଥାନାରେ ଅଭିଯେଗ ହୋଇଛି । ହେଲେ ପରେ ଭୁଲ ମାଗି ଥାନାରେ ଲେଖାପଢା ପରେ ସ୍ତ୍ରୀକୁ ନେଇ ସାଙ୍ଗରେ ଯାଇଛି ସ୍ବାମୀ । ଏହି ଘଟଣାକୁ ଖୋଦ୍ ସ୍ବୀକାର କରିଛନ୍ତି ଦିପକଙ୍କ ଭାଇ ସିପକ । ତେବେ ଗତକାଲି ରାତିରେ ଗୋଟିଏ କୋଠରୀରେ ଉଭୟ ସ୍ବାମୀ ଓ ପୁଅ ଶୋଇଥିବା ବେଳେ ହଠାତ୍ ସ୍ତ୍ରୀର ମୃତ୍ୟୁ ଘଟିବା ଘଟଣାକୁ ଗ୍ରହଣ କରିପାରୁନାହାଁନ୍ତି ବାପଘର ଲୋକେ ।

ଶୋଇବାଘରୁ ମିଳିଥିବା ମୃତଦେହ ଓ ତାର ପାରିପାର୍ଶିକ ସ୍ଥିତି ମଧ୍ୟ ଏମିତି କିଛି ବୟାନ କରୁଛି । ଭଉଣିକୁ ତାର ସ୍ବାମୀ ମାରି ଦେଇଥିବା ଦାବି କରିଛନ୍ତି ମୃତା ଅଶାନ୍ତିଙ୍କ ଭାଇ ଗଣେଶ୍ବର ସାମଲ । ଏନେଇ ଥାନାରେ ଏକ ମାମଲା ରୁଜୁ କରିବା ସହ ଉପଯୁକ୍ତ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com