ଓଡ଼ିଶା

ଦ୍ରୌପଦୀଙ୍କୁ କ୍ରସ୍ ଭୋଟିଂ ପ୍ରସଙ୍ଗରେ ମୋକିମଙ୍କୁ ସୋ-କଜ୍ ନୋଟିସ୍, ଦୁଇ ସପ୍ତାହରେ ଜବାବ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁଙ୍କୁ କ୍ରସ ଭୋଟିଂ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ଦୁଇ ସପ୍ତାହର ମଧ୍ୟରେ ଜବାବ ରଖିବାକୁ ନୋଟିସରେ ଉଲ୍ଲେଖ ।

ସେପଟେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ ଦେବା ପ୍ରସଙ୍ଗରେ ପୁଣିଥରେ ପ୍ରତିକ୍ରିୟା ରଖଛନ୍ତି ବାରବାଟୀ କଟକର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ସେ ଆଜି ପୁଣିଥରେ ପୁରୁଣା କଥାକୁ ଦୋହରାଇଛନ୍ତି । ସେ କହିଛନ୍ତି ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବାର ମଧ୍ୟ ଆଶଙ୍କା ରହିଛି ।

ତେବେ ମୋକିମ କହିଛନ୍ତି ଯଦି ସେପରି ହୁଏ, ତାହାଲେ ସେ ଦଳୀୟ ଫୋରମ୍ ରେ ତାର ଉତ୍ତର ରଖିବେ । ଯଶଓ୍ୱନ୍ତ ସିହ୍ନାଙ୍କୁ ଭୋଟ ଦେବା ଲାଗି ରାଜ୍ୟ କଂଗ୍ରେସ ନିଷ୍ପତ୍ତି ନେଇଥିଲା । କିନ୍ତୁ ବିଧାୟକ ମହମ୍ମଦ ମୋକିମ୍, ଏନ୍ ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ । ତାର ଜବାବରେ ମୋକିମ କହିଥିଲେ କି, ସେ ଓଡ଼ିଆ ହିସାବରେ ନିଜ ବିବେକ ମୁତାବକ କାର୍ଯ୍ୟ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com