ଓଡ଼ିଶା

ମହୁଲ ଗଛରେ ଝୁଲୁଛି କଲେଜ ଛାତ୍ରଙ୍କ ମୃତଦେହ, ହତ୍ୟା ପରେ ଟାଙ୍ଗିଦେଇଥିବା ଅଭିଯୋଗ

ଅନଗୁଳ() ମହୁଲ ଗଛରେ ଝୁଲୁଛି କଲେଜ ଛାତ୍ରଙ୍କ ମୃତଦେହ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସାପଇସାହି ନିକଟସ୍ଥ ଘରୋଇ ହଷ୍ଟେଲ ପଛପାଖରେ ଝୁଲି ରହିଥିବା ଦେଖିବାକୁ ମିଳିଛି । ମୃତକ ଜଣକ ହେଲେ ଛେଣ୍ଡିପଦା ବାପୁଜି କଲେଜର +୨ ବିଜ୍ଞାନ ବିଭାଗର ପ୍ରଥମ ବର୍ଷର ଛାତ୍ର ବିବେକାନନ୍ଦ ସାହୁ ।

ସେ ଏକ ଘରୋଇ ହଷ୍ଟେଲ ରେ ରହି ପାଠ ପଢୁଥିଲେ । ତେବେ ହଠାତ୍ ହଷ୍ଟେଲର ୨୦୦ ମିଟର ଦୂର ପଛପାଖରେ ଏକ ମହୁଲ ଗଛରେ ତାଙ୍କର ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି । ମୃତ୍ୟୁର କାରଣ ଅଷ୍ପଷ୍ଟ ଥିବା ବେଳେ କେହି ତାଙ୍କୁ ମାରି ଝୁଲାଇ ଦେଇଥିବା ଅଭିଯୋଗ ଆଣୁଛନ୍ତି ଘରଲୋକ ।

ଘଟଣାର ସଠିକ ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି କହୁଛନ୍ତି ଘରଲୋକ । ଛେଣ୍ଡିପଦା ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତୁର କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ଜଣାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com