ଓଡ଼ିଶା

ଘରେ ପଶିଗଲା ଦନ୍ତା; ଅଳ୍ପକେ ବର୍ତ୍ତିଗଲେ ପରିବାର ୫ ସଦସ୍ୟ

ନୀଳଗିରି() ବାଲେଶ୍ୱର ଜିଲ୍ଲା ନୀଳଗିରି ସ୍ଥାନୀୟ କୁଲଡିହା ଅଭୟାରଣ୍ୟରୁ ସୋମବାର ମଧ୍ୟରାତ୍ରିରେ ଦୁଇଟି ଦନ୍ତା ଜଙ୍ଗଲରୁ ଖସିଆସି ଗୋଟିଏ ଦନ୍ତା
ଜାମୁଢିଆ ପଞ୍ଚାୟତ ଭୁଳାଗଡିଆ ଗାଁର ଜାନକୀ ଟୁଡୁଙ୍କ ଘରେ ପଶି ଯାଇଥିଲା। ପରିବାର ୫ ସଦସ୍ୟ ଶୋଇଥିବା ବେଳେ ଛପର ଭାଙ୍ଗିବାର ଶବ୍ଦ ଶୁଣି ବାହାରକୁ ଧାଇଁ ପଳାଇଥିଲେ। ଫଳରେ ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ। ସେହିପରି ଉକ୍ତ ଗ୍ରାମର ମଙ୍ଗଳ ମୁର୍ମୁଙ୍କ ଘରକୁ ମଧ୍ୟ ଭାଙ୍ଗିଥିଲା।

ଦନ୍ତାର ଉପଦ୍ରବକୁ ମୁକାବିଲା କରିବାକୁ ଶେଷରେ ଗାଁର ୩୦ /୫୦ ଯୁବକ ଏକତ୍ରିତ ହୋଇ ତାକୁ ତିନିକୋଶିଆ ସଂରକ୍ଷିତ ଜଙ୍ଗଲକୁ ଘଉଡ଼ାଇ ନେଇଥିବା ଜଣାଯାଇଛି।
ଏଥିରେ ଗାଁଲୋକେ ଭୟଭୀତ ହୋଇ ବନ ବିଭାଗକୁ ଫୋନ କରିଥିଲେ। ବନ ବିଭାଗର କର୍ମଚାରୀମାନେ  ଘଟଣାସ୍ଥଳରେ ପହଞ୍ଚିଥିଲେ।
ଅନୁରୂପ ଭାବେ ଗତ ରାତିରେ ଅନ୍ୟ ଏକ ଦନ୍ତା ସଜନାଗଡ ପଞ୍ଚାୟତ କୁଲଡିହାର ପାଦଦେଶ ବାଣ୍ଠିଆପଡା ଗାଁରେ ପଶି ଯାଇଥିଲା।
ସେଠାରେ ସୁରା ସିଂହଙ୍କ ଘର ଭାଙ୍ଗିଥିଲା। ଗ୍ରାମବାସୀ ଟିଣ ବାଜା ବଜାଇ ଭକ୍ତ ଦନ୍ତାକୁ ଗାଁରୁ ବାହାର କରିଥିଲେ। ହାତୀଟି କୁଲଡିହା ପାହାଡ଼ ଅଭିମୁଖେ ପଳାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com