ଓଡ଼ିଶା

ଖୁବଶୀଘ୍ର ଓଡ଼ିଶାରେ ରାସନ ପାଇଁ ଲାଗିବ ଏଟିଏମ୍ ମେସିନ

ଭୁବନେଶ୍ୱର, ୨୦/୦୭/୨୦୨୨- ଓଡ଼ିଶାରେ ଆରମ୍ଭ ହେବ ୨୪ ଘଣ୍ଟିଆ ଅଲ ଟାଇମ୍ ଗ୍ରେନ୍ ବ୍ୟବସ୍ଥା । ଖୁବଶୀଘ୍ର ରାସନ ହିତାଧିକାରୀଙ୍କ ପାଇଁ ଲାଗିବ ସ୍ୱତନ୍ତ୍ର ଏଟିଏମ୍ । ଥରେ କାର୍ଡ ପୁରାଇଲେ ୫୦ରୁ ୭୦ କିଲୋ ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀ ଉଠାଇ ହେବ ଏହି ଏଟିଏମ୍ ମେସିନରୁ । ଯେମିତି ଏଟିଏମ୍ ମେସିନରେ କାର୍ଡ ଭର୍ତ୍ତି କଲେ ଟଙ୍କା ବାହାରୁଛି, ଠିକ୍ ସେମିତି ଏହି ଗ୍ରେନ ମେସିନରୁ ବାହାରିବ ରାସନ ସାମଗ୍ରୀ । ଏ ମେସିନରୁ ଖାଦ୍ୟ ସାମଗ୍ରୀ ଆଣିବା ପାଇଁ କିଛି ନିର୍ଦ୍ଦିଷ୍ଟ ସମୟ ରଖାନଯାଇ ଲୋକଙ୍କୁ ୨୪ ଘଣ୍ଟିଆ ସେବା ମିଳିବ । ହିତାଧିକାରୀଙ୍କର ଯେତେବେଳେ ଇଚ୍ଛା ଯାଇ ସାମଗ୍ରୀ ଉଠାଇପାରିବେ । ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଟାଇମ୍ ଗ୍ରେନ ଯୋଜନା ବାବଦରେ ସୂଚନା ଦେଇଛନ୍ତି । ଭାରତରେ ପ୍ରଥମ ରାଜ୍ୟ ଭାବେ ହରିୟାଣାରେ ଗ୍ରେନ୍ ଏଟିଏମ୍ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି । ରାଜ୍ୟ ଯୋଗାଣ ବିଭାଗ ଲକ୍ଷ୍ୟ ହେଲା ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେଲେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ରାସନ ସାମଗ୍ରୀ ପାଇଁ ଆଉ ହଇରାଣ ହେବେନି କିମ୍ବା କୌଣସି ପ୍ରକାର ଦୁର୍ନୀତି ହୋଇପାରିବ ନାହିଁ । ପୂରା ସ୍ୱଚ୍ଛତା ରହିବ ସାଧାରଣ ବଣ୍ଟନ ବ୍ୟବସ୍ଥା । ପ୍ରଥମେ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେବ ଏହି ପ୍ରକଳ୍ପ ।

Related Articles

Back to top button
WP Twitter Auto Publish Powered By : XYZScripts.com