ଓଡ଼ିଶା

ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ-ଲିଗ୍‌ ହକି : ଆଜି ଭାରତ-ଇଂଲଣ୍ଡ ମୁକାବିଲା

ଭୁବନେଶ୍ବର() ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ-ଲିଗ୍‌ ହକି ୨୦୨୧-୨୨ର ଆଜି କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ରାତି ୭ଟା୩୦ରେ ଖେଳାଯିବ।

ଅମିତ ରୋହିଦାସଙ୍କ ନେତୃତ୍ବାଧିନ ଅଲିମ୍ପିକ୍‌ସ କାଂସ୍ୟ ପଦକ ବିଜେତା ଭାରତ ଲିଗ୍ ରେ ୮ଟି ମ୍ୟାଚରୁ ୫ଟି ବିଜୟ, ୨ଟି ପରାଜୟ ଓ ଗୋଟିଏ ଶୁଟ୍‌ଆଉଟ୍‌ ପରାଜୟ ସହ ୧୬ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି। ଭାରତ ଦକ୍ଷିଣ ଆଫ୍ରିକାକୁ ୧୦-୨ ଓ ୧୦-୨ରେ , ଫ୍ରାନ୍ସକୁ ପ୍ରଥମ ମ୍ୟାଚରେ ୫-୦ରେ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ୫-୨ ଗୋଲରେ ପରାଜିତ ହୋଇଥିଲା। ସ୍ପେନ ବିପକ୍ଷ ପ୍ରଥମ ମ୍ୟାଚକୁ ଭାରତ ୫-୪ ଗୋଲରେ ଜିତି ଥିବାବେଳେ ଦ୍ବିତୀୟ ମ୍ୟାଚରେ ୫-୩ ଗୋଲରେ ପରାସ୍ତ ହୋଇଥିଲା। ଆର୍ଜେଣ୍ଟିନା ବିପକ୍ଷରେ ପ୍ରଥମ ମ୍ୟାଚକୁ ପେନାଲ୍ଟି ଶୁଟ୍‌ଆଉଟ୍‌ ୧-୩(୨-୨) ଗୋଲରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚକୁ ୪-୩ ଗୋଲରେ ଜିତି ନେଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com