ଓଡ଼ିଶା

ପୁରୁଷ ହକି ବିଶ୍ୱକପ୍‌ର ଲୋଗୋ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଆସନ୍ତାବର୍ଷ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବାକୁ ଥିବା ବିଶ୍ୱକପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟର ଲୋଗୋ ଆଜି ଉନ୍ମୋଚନ ହେବ । କଳିଙ୍ଗ ହକି ଷ୍ଟାଡିୟମରେ ଆଜି ସଂଧ୍ୟାରେ ହେବାକୁ ଥିବା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଲୋଗୋ ଉନ୍ମୋଚନ କରିବେ ।

ବହୁ ପ୍ରତିକ୍ଷୀତ ପୁରୁଷ ହକି ବିଶ୍ୱକପ୍  ଆସନ୍ତାବର୍ଷ ଜାନୁଆରୀ ୧୩ରୁ ୨୯ ତାରିଖ ଯାଏଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ ବର୍ତ୍ତମାନ ନିର୍ମିତ ହେଉଥିବା ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ଖେଳାଯିବ । ନିର୍ମାଣ ସରିଲେ ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ ହେବ ଭାରତର ବୃହତ ହକି ଷ୍ଟାଡିୟମ । ଓଡିଶାରେ ଦ୍ୱିତୀୟ  ଥର ପାଇଁ ହକି ବିଶ୍ୱକପ୍ ଆୟୋଜିତ ହେଉଛି । ପୂର୍ବରୁ ୨୦୧୮ ମସିହାରେ ଓଡିଶାରେ ବିଶ୍ୱକପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା । ସେଥିରେ ବେଲଜିୟମ ଚାମ୍ପିଅନ ହୋଇଥିଲା ।

ସୂଚନା ଥାଉ କି, ରାଉରକେଲାରେ ଜୋରସୋରେ ନିର୍ମାଣ ଚାଲିଛି ସର୍ବ ବୃହତ୍ତ ହକି ଷ୍ଟାଡିୟମ୍ । ନିକଟ ଅତୀତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ୍‌-ଟି ସଚିବ ଭି.କେ ପାଣ୍ଡିଆନ୍ ରାଉରକେଲା ଗସ୍ତରେ ଯାଇ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ବିପିୟୁଟି ପରିସରରେ ନିର୍ମିତ ହେଉଛି ଏହି ସର୍ବ ବୃହତ୍ତ ଷ୍ଟାଡିୟମ୍ । ୨୦୨୨ ଜୁଲାଇ ସୁଦ୍ଧା ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହ କ୍ରୀଡା ସଚିବ ଭିନୀଲ କ୍ରିଷ୍ଣା, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଉରକେଲା ମହାନଗର ନିଗମର କମିଶନର ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com