ଓଡ଼ିଶା

ବିଜେଡି ପାଇଁ ପ୍ରଚାର କଲେ ଅଭିନେତ୍ରୀ ବର୍ଷା ଏବଂ ଏଲିନା

ଯାଜପୁର: ୨୪ ତାରିଖରେ ପୌର ନିର୍ବାଚନ । ଆସନ୍ତାକାଲି ସନ୍ଧ୍ୟାରେ ସରିବ ପ୍ରଚାର । ହାତରେ ଆଉ ଗୋଟିଏ ଦିନ ବାକି ଥିବା ବେଳେ ସବୁ ଦଳ ପ୍ରଚାରରେ ଲଗାଇ ଦେଇଛନ୍ତ ପୂରା ଦମ । ପ୍ରଚାରରେ ଆଗରେ ରହିଛି ବିଜେଡି । ବରିଷ୍ଠ ନେତାଙ୍କ ସହ ସେଲିବ୍ରେଟି କରୁଛନ୍ତି ବିଜେଡି ପାଇଁ ପ୍ରଚାର ।
ଆଜି ଯାଜପୁରରେ ବିଜେଡି ପକ୍ଷରୁ ପ୍ରଚାର ଅଭିଯାନକୁ ଜୋରଦାର କରାଯାଇଛି । ଏଥିରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଏଲିନା ଦାଶ । ଏହାସହ ଯାଜପୁର ପୌରପାଳିକାରେ ଭବପ୍ରସାଦ ଦାସ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ।
ଏମାନେ ବିଶାଳ ବାଇକ୍ ରାଲିରେ ଯାଜପୁର ପୌରାପାଳିକାର ୧୮ଟି ଓ୍ବାର୍ଡ ବୁଲି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ବିଜେଡିର ୧୮ଟି କାଉନସିଲର ଓ ପୌରାଧ୍ୟକ୍ଷା ପ୍ରାର୍ଥୀଙ୍କ ସହ ହଜାର ହଜାର କର୍ମୀ ଓ ସମର୍ଥକ ବାଇକ ରାଲିରେ ସାମିଲ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com