ଓଡ଼ିଶାଶିକ୍ଷା

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଭିଜିଲାନ୍ସ ସପ୍ତାହ ପାଳିତ

ବ୍ରହ୍ମପୁର, ୦୧/୧୧/୨୦୨୨ –   ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଭିଜିଲାନ୍ସ ସପ୍ତାହ ପାଳନ କରିଛି । ପ୍ରଥମ ଦିନରେ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ବିଶ୍ୱବିଦ୍ୟାଳୟର, ରେଜିଷ୍ଟର ସିନେଟ ହଲରେ ଦିନ ଏଗାରଟା ରେ ଏକ ଅଖଣ୍ଡତା ପ୍ରତିଶୃତି ପରିଚାଳନା କରିଥିଲେ । ପାଞ୍ଚ ପଏଣ୍ଟ ବିଶିଷ୍ଟ ଏହି ଅଖଣ୍ଡତା ପ୍ରତିଶୃତି ବିଶ୍ୱବିଦ୍ୟାଳୟର ଡେପୁଟି ରେଜିଷ୍ଟରର ଡ଼. ବାପୁଜୀ ସାମଲ, ଆସିଷ୍ଟାଣ୍ଟ ରେଜିଷ୍ଟରର ଡ଼ ସରୋଜ କୁମାର ଦାଶ, କଣ୍ଟ୍ରୋଲର ଅଫ ଫାଇନାନ୍ସ ଅଶୋକ କୁମାର ଧାଙ୍ଗଡ଼ାମାଝୀ, ଶିକ୍ଷକ ଓ ଅଣଶିକ୍ଷକଙ୍କ ଦ୍ୱାରା ନିଆଯାଇଥିଲା ।

ଉକ୍ତ ବୈଠକରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଅଧ୍ୟକ୍ଷତା କରିବା ସହ ସମାଜରୁ କିପରି ଦୁର୍ନୀତି ହଟାଯାଇପାରିବ ଏବଂ ଦୁର୍ନୀତି ବିରୁଦ୍ଧରେ ନାଗରିକ ମାନଙ୍କ ମଧ୍ୟରେ କିପରି ସଚେତନତା ସୃଷ୍ଟି କରାଯାଇପାରିବ ସେହି ବିଷୟରେ ମତାମତ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟାଳୟ ଅଧ୍ୟକ୍ଷ ଶ୍ରୀ ରବୀନ୍ଦ୍ରନାଥ ପାଣିଗ୍ରାହୀ ସଂଯୋଜନା କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com