ଓଡ଼ିଶା

କଣ୍ଟେନରରୁ ୩୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗି ପୋଲିସ ଦ୍ବାରା ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଉତ୍ତରପ୍ରଦେଶକୁ ଚାଲାଣ କରାଯାଉଥିବା ବେଳେ ଜାତୀୟ ରାଜପଥ ୨୬ ପଟାଙ୍ଗି ନିକଟରେ ଧରିଛି ପୋଲିସ । କଣ୍ଟେନର ଗାଡି, କାର ଜବତ କରି ୩ ଜଣକୁ ଗିରଫ କରିଛି । ଗିରଫ ଦୁଇ ଜଣ ଉତ୍ତରପ୍ରଦେଶର ଓ ଜଣେ ପଟାଙ୍ଗି ଅଂଚଳର । ଦୁଇଟି ମୋବାଇଲ ଓ ନଗଦ ୨୦୨୦ ଟଙ୍କା ଜବତ କରିଛି ପୋଲିସ । କୁନ୍ଦୁଲି ଅଞ୍ଚଳରୁ ଶୁଙ୍କି ଦେଇ ଗଞ୍ଜେଇ ଚୋରାଚାଲାଣ ବେଳେ ଧରାପଡିଛି । ତଦନ୍ତ ଜାରି ରହିଛି ବୋଲି ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com