ଓଡ଼ିଶା

ଏମକେସିଜି ଛାତରୁ ଖସିଲା ସିଲିଂ

ବ୍ରହ୍ମପୁର ; ୯ା୯ ପୁଣି ଏମକେସିଜି ଛାତରୁ ଖସିଲା ସିଲିଂ । ବ୍ରହ୍ମପୁରରେ ଏମକେସିଜିମେଡିକାଲ ୱାର୍ଡ ଛାତରୁ ଖସିଲା ସିଲିଂ । ସୁପର ସ୍ପେଶାଲିଷ୍ଟ ବ୍ଲକର ତୃତୀୟ ମହଲାରେ ସିଲିଂ ଖସିଥିବା ଜଣାପଡିଛି । ତୃତୀୟ ମହଲାରେ ଥିବା ଏଣ୍ଡକ୍ରାଇନୋଲୋଜି ବିଭାଗରୁ ଖସିଛି ସିଲିଂ । ତେବେ କେହି ରୋଗୀ କିମ୍ବା ତାଙ୍କ ସଂପର୍କୀୟ ଆହତ ହୋଇ ନଥିବା ସୂଚନା ମିଳିଛି । ଗତକାଲି ମଧ୍ୟ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଏଭଳି ଅଘଟଣ ଘଟିଥିଲା । ଖସିପଡିଥିଲା ସିଲିଂ । ସୁପର ସ୍ପେଶାଲିଟି ହସ୍ପିଟାଲର ପଞ୍ଚମ ମହଲାରୁ ସିଲିଂ ଖସିଥିଲା । ପୂର୍ବରୁ ଏହି ମହଲାରେ ଥିବା ୟୁରୋଲୋଜି ୱାର୍ଡରେ ଅଗ୍ନିକାଣ୍ଡ ଘଟିଥିଲା । ଆଉ ଏବେ ଦୁଇ ଦୁଇ ଥର ସିଲିଂ ଖସିବା ପରେ ଏହାର ନିର୍ମାଣ ନେଇ ପ୍ରଶ୍ନ ଉଠିଛି । ନିମ୍ନ ମାନର କାମ ହୋଇଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି । ଏହାସହ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । ମେଡିକାଲରେ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମଧ୍ୟ ସିଲିଂ ଖସିବା ପରେ ଭୟଭୀତ ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com