ଓଡ଼ିଶା

ମଙ୍କିପକ୍ସ ନେଇ ସତର୍କ ରାଜ୍ୟ ସରକାର, ଆଜି ସିଡିଏମଓ ଓ ମୁଖ୍ୟ ଡାକ୍ତରଙ୍କୁ ନେଇ ବସିବ ବୈଠକ

ଭୁବନେଶ୍ବର: କିଛି ଦେଶରେ ବ୍ୟାପିଛି, କିଛି ଦେଶରେ ବ୍ୟାପୁଛି ମଙ୍କିପକ୍ସ । ମେ’ ମାସ ସୁଦ୍ଧା ଦେଶରେ ମଙ୍କିପକ୍ସର କୌଣସି ତଥ୍ୟନାହିଁ। l ତେବେ ମଙ୍କିପକ୍ସ ନେଇ ରାଜ୍ୟ ସତର୍କ ରହିଛି । ବର୍ତ୍ତମାନ ରାଜ୍ୟର ଥିବା ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ମଙ୍କିପକ୍ସ ଉପରେ ଅବଗତ କରାଯାଇଛି।

ଏହାକୁ ନେଇ ଆଜି ମଧ୍ୟ ସିଡିଏମଓ ଓ ମୁଖ୍ୟ ଡାକ୍ତରଙ୍କୁ ନେଇ ବସିବ ବୈଠକ। ଯଦି ମଙ୍କିପକ୍ସର ପ୍ରଭାବ ଦେଶରେ ବ୍ୟାପେ ତେବେ ଭାରତ ସରକାରଙ୍କର ୨ ପ୍ରକାରର ସର୍ଭିଲାନ୍ସ କରାଯିବ। ଗୋଟିଏ ହେଲା କମ୍ୟୁନିଟି ସଭିଲାନ୍ସ ଓ ଅନ୍ୟଟି ହେଲା ହସ୍ପିଟାଲ ସର୍ଭିଲାନ୍ସ।

ଯଦି କୌଣସି କମ୍ୟୁନିଟିରେ ଏଭଳି ରୋଗୀ ରହିଛନ୍ତି ତେବେ ସେମାନଙ୍କୁ ଆଇସୋଲେସନରେ ରଖିବା ସହ ସେମାନଙ୍କର ଟେଷ୍ଟ କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଯଦି ହସ୍ପିଟାଲରେ ଏଭଳି ରୋଗୀ ଛୋଟ ଛୁଆ ଆସୁଛନ୍ତି ସେମାନଙ୍କ ଉପରେ କଡ଼ା ନଜର ରହିବ। ବିଶେଷ କରି ଏହି ମଙ୍କିପକ୍ସରେ ଜ୍ୱର ସାଙ୍ଗକୁ ଘା’ ହୋଇଥାଏ।

Related Articles

Back to top button
WP Twitter Auto Publish Powered By : XYZScripts.com