ଓଡ଼ିଶା

ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ, କିଛି ଦିନ ଧରି ଥିଲେ ଅସୁସ୍ଥ : ବନ୍ଦ ହେଲା ନିର୍ବାଚନ

ନବରଙ୍ଗପୁର () ନିର୍ବାଚନ ପୂର୍ବରୁ ଜୀବନ ଯୁଦ୍ଧରେ ହାରିଗଲେ ସରପଞ୍ଚ ପ୍ରାର୍ଥୀ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବି.ମାଳିଗୁଡ଼ା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାଗିରଥୀ ଅମନାତ୍ୟଙ୍କ ମୃତ୍ୟୁ ହୋଇଛି । ମଙ୍ଗଳବାର ରାତିରେ ଦେହ ଖରାପ ଥିବା କାରଣରୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଗତ କିଛି ଦିନ ଧରି ସେ ଅସୁସ୍ଥ ଥିବାବେଳେ ମଙ୍ଗଳବାର ସେ ଗୁରୁତର ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ବୁଧବାର ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଚଳିତ ନିର୍ବାଚନରେ ସେ ମଳିଗୁଡା ପଞ୍ଚାୟତ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ତାଙ୍କ ନିର୍ବାଚନୀ ଚିହ୍ନ ଖୋଲା ଛତା ଚିହ୍ନ ଥିଲା । ଆସନ୍ତା ୧୮ ତାରିଖ ଦିନ ନିର୍ବାଚନ ହେବାର ଥିଲା। ତେବେ ସେହି ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ବେଳେ ଅନ୍ୟ ସମସ୍ତ ପଦବୀ ପାଇଁ ନିର୍ବାଚନ କରାଯିବା ନେଇ ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com