Featuredଓଡ଼ିଶାରାଜନୀତି

ଅପରାହ୍ନ ୪ଟା ଯାଏଁ ବିଧାନସଭାକୁ ମୁଲତବୀ ରଖିଲେ ବାଚସ୍ପତି

ବିଧାନସଭା ବଜେଟ୍ ଅଧିବେଶନ । ଅପରାହ୍ନ ୪ଟା ଯାଏଁ ବିଧାନସଭାକୁ ମୁଲତବୀ ରଖିଲେ ବାଚସ୍ପତି । କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ହୋହାଲ୍ଲା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଖବର ଅନୁଯାୟୀ, ବିଧାନସଭାରେ ଶୁନ୍ୟକାଳରେ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଏବଂ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ହୋହାଲ୍ଲ କରୁଥିଲେ । ଏହି ସମୟରେ ବିଜେଡି ମଧ୍ଯ ପିଏମ୍ ଆବାସ ଯୋଜନା ନେଇ ବିରୋଧୀଙ୍କୁ ଟାର୍ଗେଟ କରିଥିଲା । ସଦସ୍ୟମାନେ ନିଜ ସିଟ୍‌ରୁ ଉଠି ନାରାବାଜି କରିଥିଲେ । ଏପରିକି ବାଚସ୍ପତିଙ୍କ ପୋଡିୟମ୍ ନିକଟରେ ଯାଇ ହୋହାଲ୍ଲା କରିଥିଲେ । ଶେଷରେ ବାଧ୍ୟ ହୋଇ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖୁଛନ୍ତି ବାଚସ୍ପତି ।

Related Articles

Back to top button
WP Twitter Auto Publish Powered By : XYZScripts.com