ଓଡ଼ିଶା

୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଅଭିଯୁକ୍ତ ପଡୋଶୀକୁ ବାନ୍ଧିଲା ପୋଲିସ

ବ୍ରଜରାଜନଗର() ବ୍ରଜରାଜନଗର ଥାନା ଅଞ୍ଚଳର ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଅକ୍ଷୟ ପରିଡ଼ା(୨୮) । ଏନେଇ ପୋଲିସ ପୀଡ଼ିତା ଶିଶୁକନ୍ୟାଙ୍କ ମା’ ବାପାଙ୍କ ଅଭିଯୋଗକୁ ଭିତ୍ତିକରି ବ୍ରଜରାଜନଗର ଥାନା କେସ୍‌ ନଂ. ୨୭/୨୨ ଦଫା ୩୭୬(ଏବି) ଆଇପିସି ୬ ପୋକ୍ସ ଆକ୍ଟରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସବ୍‌ଇନ୍ସପେକ୍ଟର ଆଲଫୋନିଆ ତିର୍କୀ ଏହାର ତଦନ୍ତ କରୁଛନ୍ତ ।

ଅଭିଯୋଗରୁ ପ୍ରକାଶ ଯେ, ଅଭିଯୁକ୍ତ ଅକ୍ଷୟ ପୀଡ଼ିତାଙ୍କ ପଡ଼ୋଶୀ ହୋଇଥିବା ବେଳେ ଉଭୟ ପରିବାର ମଧ୍ୟରେ ସୁ-ସମ୍ପର୍କ ରହିଛି । ଏଭଳି ସ୍ଥିତିରେ ଶୁକ୍ରବାର ଅକ୍ଷୟ ପୀଡ଼ିତାଙ୍କ ଘରକୁ ଯାଇ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଶିଶୁକନ୍ୟା କାନ୍ଦିବା ପରେ ତାଙ୍କ ମା’ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ପରେ ଶିଶୁକନ୍ୟା ଜଣଙ୍କ ମା’ଙ୍କୁ ସବୁକିଛି କହିଥିଲେ । ଏନେଇ ପୀଡ଼ିତାଙ୍କ ମା-ବାପା ପୋଲିସରେ ଜଣାଇଥିଲେ । ପରେ ପୋଲିସ ଘଟଣାର ତଦନ୍ତ କରି ଅକ୍ଷୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com