ଓଡ଼ିଶା

ଖୁବଶୀଘ୍ର ପୌର ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା

ଭୁବନେଶ୍ୱର() ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଯେକୌଣସି ମୁହୂର୍ତ୍ତରେ ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ସମସ୍ତ ପ୍ରସ୍ତୁତି ଶେଷ ପରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ । ବିଜ୍ଞପ୍ତି ମାଧ୍ୟମରେ ପୌର ନିର୍ବାଚନ ଆହ୍ୱାନ କରିଛି ନଗର ଉନ୍ନୟନ ବିଭାଗ । ଏନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯାଇଛି ।

ତେବେ ପୌର ପରିଷଦ, ଏନଏସି, ମହାନଗର ନିଗମରେ ନିର୍ବାଚନ ହେବ । କାଉନସିଲର, କର୍ପୋରେଟର, ପୌରାଧ୍ୟକ୍ଷ, ମେୟର ପାଇଁ ନିର୍ବାଚନ ହେବ । ୪୮ଟି ପୌର ପରିଷଦ, ୫୯ଟି ଏନଏସିରେ ନିର୍ବାଚନ ହେବା ସହ ୩ଟି ମହାନଗର ନିଗମରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com