ଓଡ଼ିଶା

କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ଵିଭାଗର ରେଡ

କଟକ() କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ଵିଭାଗ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ । ୧୩ ଲକ୍ଷ ଟଙ୍କାର ଵ୍ରାଉନସୁଗାର ଓ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜଵତ୍ କରିଛି ବିଭାଗ । କଟକର ନିଆଳୀ ଅନ୍ତର୍ଗତ ସିଠାଳ ଅଞ୍ଚଳରେ ଚଢାଉ କରି ଅଵକାରୀ ଵିଭାଗ ୧୩୦ ଗ୍ରାମ ବ୍ରାଉନ ସୁଗାର୍ ଜବତ କରିଥିବା ଵେଳେ, କଟକ ଜିଲ୍ଲା ଟାଙ୍ଗୀ ଟୋଲଗେଟ ନିକଟରେ ଚଢ଼ାଉ କରି ୧କ୍ଵିଣ୍ଟାଲ ୨୫ ଗଞ୍ଜେଇ ଜବତ କରାଯାଇଛି ।

ବ୍ରାଉନ ସୁଗାର୍ ବେପାରୀ ଜଣକ ସିଠାଳ ଅଞ୍ଚଳର ହୋଇଥିବା ବେଳେ ଗଞ୍ଜେଇ ଚାଲାଣକାରୀ କନ୍ଧମାଳ ଅଞ୍ଚଳର ଵୋଲି ଅଵକାରୀ ଵିଭାଗ ସୂଚନା ଦେଇଛି । କଟକ କେନ୍ଦ୍ରାଞ୍ଚଳ ଅଵକାରୀ ଗୁଇନ୍ଦା ବିଭାଗ ଟିମ୍ ସଦସ୍ୟ ନିଜେ ଗ୍ରାହକ ସାଜି ଏହି ଗଞ୍ଜେଇ ଓ ବ୍ରାଉନ ସୁଗାର ଵେପାରୀଙ୍କ ପାଖରେ ପହଞ୍ଚିଵାରେ ସଫଳ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com