Breaking NewsFeaturedଓଡ଼ିଶା

ୟୁପିରୁ ଆସି ଭୁବନେଶ୍ୱରରେ ଚୋରି, ପୁରୀରେ ଅୟସ, ୪ ଜଣଙ୍କୁ ଧରିଲା ପୁଲିସ

ଭୁବନେଶ୍ଵର: ପୁଲିସ କବଜାରେ ୟୁପିର ବାୱରିଆ ଗ୍ୟାଙ୍ଗ । ୟୁପିରୁ ଆସି ଓଡିଶାରେ କରୁଥିଲେ ଅପରାଧ । କେତେବେଳେ ଚୋରି, ଡକାୟତି ତ ଆଉ କେତେବେଳେ ଛିନତାଇ । ଏମିତି କରି ଲୋକଙ୍କ ଠାରୁ ଲୁଟି ନେଉଥିଲେ ଟଙ୍କା ଓ ସୁନା । ଉତ୍ତରପ୍ରଦେଶର ଲୁଟେରା ଆସି ଭୁବନେଶ୍ୱରରେ ଚୋରି କରୁଥିଲେ । ଆଉ ଅୟସ କରିବାକୁ ଯାଉଥିଲେ ପୁରୀ । ଦିନ ବେଳା ସମୁଦ୍ରରେ ଗାଧୋଇ ମଉଜ କରୁଥିଲେ ଆଉ ରାତି ବେଳା ଡ୍ୟାନ୍ସ ବାରରେ ଟଙ୍କା ଉଡାଉଥିଲେ । ଚୋରି ଟଙ୍କାରେ ବଡ ବଡ ରେଷ୍ଟୁରାଣ୍ଟରେ ଖାଉଥିଲେ ଆଉ ଷ୍ଟାର ହୋଟେଲରେ ମସାଜ ବି ନେଉଥିଲେ । ପଲସର ଗାଡି ବ୍ୟବହାର କରି ବିଭିନ୍ନ ଜିଲ୍ଲାରେ ବୁଲି କରୁଥିଲେ ଲୁଟପାଟ । ଏହି ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୪ ଜଣଙ୍କୁ କାବୁ କରିଛି କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ଵାଡ୍‌ । ଅଭିଯୁକ୍ତମାନେ ହେଲେ ପ୍ରଦୀପ କୁମାର, ବିକାଶ, ରବି କୁମାର ଏବଂ ବାବୁ ରାମ।

ଏହି ୪ ଅଭିଯୁକ୍ତ ୟୁପିର ସାମଲି ଅଞ୍ଚଳର ହୋଇଥିବା ଜଣାପଡିଛି । ତେବେ ଏମାନଙ୍କ ନାଁରେ ରାଜ୍ୟର ୪ଟି ଜିଲ୍ଲାରେ ୨୮ଟି କେସ ରହିଛି । ସେମାନଙ୍କ ଠାରୁ ୧୬ଟି ସୁନା ଚେନ ଜବତ କରାଯାଇଥିବା ବେଳେ ୨ଟି ଦିଲ୍ଲୀ ନମ୍ବର ଥିବା ପଲସର ଗାଡି ଜବତ କରାଯାଇଛି ।ତେବେ ପ୍ରତିଥର ଏହି ଲୁଟେରେ ମାନେ ଆସି ଅପରାଧ ଘଟାଇ ଚାଲି ଯାଉଥିଲେ ହେଲେ କିନ୍ତୁ ପୁଲିସ ଏମାନଙ୍କ ଉପରେ କଡା ନଜର ରଖିଥିଲା ।ପିପିଲି ଟୋଲଗେଟରେ ଲୁଟେରାଙ୍କ ଗାଡି ଟ୍ରେସ କରିବା ପରେ ଆରମ୍ଭ ହୋଇଥିଲା ଅପରେସନ । ଅଭିଯୁକ୍ତମାନେ ପୁରୀରେ ଥିବା ଖବର ପାଇ ଦୁଇଦିନ ଧରି ଡେରା ପକେଇଥିଲ ପୁଲିସର ସ୍ପେସାଲ ସ୍କ୍ୱାର୍ଡ । ଦିଲ୍ଲୀ ଯିବାକୁ ଏକ ଟୁର ଆଣ୍ଡ ଟ୍ରାଭେଲ ଦୋକାନରେ ଟିକେଟ କାଟୁଥିବା ବେଳେ ଅଭିଯୁକ୍ତଙ୍କୁ ମାଡି ବସିଥିଲା ପୁଲିସ । ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତଙ୍କ ନାଁରେ ଦିଲ୍ଲୀ ଓ ୟୁପିରେ ମଧ୍ୟ କେସ ଥିବା ଜଣାପଡିଛି । ଖୁବଶିଘ୍ର ୟୁପି ସାମଲି ଜିଲ୍ଲା ପୋଲିସ ସହ ଯୋଗାଯୋଗ କରିବ କମିଶନରେଟ ପୁଲିସ । ଏମିତି କି ଆବଶ୍ୟକ ପଡିଲେ ଏମାନଙ୍କୁ ରିମାଣ୍ଡରେ ଆଣି ଟିଆଇ ପରେଡ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତିକ ସିଂହ । ଏପରିକି ଏହି ଗ୍ୟାଙ୍ଗ ପୁର୍ବରୁ ଚଡି ଗ୍ୟାଙ୍ଗ ନାଁରେ ଅନେକ ଅପରାଧ ଘଟାଇଛନ୍ତି । ଏମାନେ ଦେହରେ ତେଲ ଲଗେଇ ଘରେ କଳାକନା ବୁଲଉଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com