Featuredଅନ୍ତର୍ଜାତୀୟସ୍ୱାସ୍ଥ୍ୟ

ନକଲି ଔଷଧ ଖାଉଛନ୍ତି ପାକିସ୍ତାନ ଲୋକ

ଔଷଧ ପାଇଁ ଏବେ ଡହଳ ବିକଳ ହେଉଛି ପାକିସ୍ତାନ। ଦେଶରେ ଔଷଧକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଔଷଧକୁ ନେଇ କଳାବଜାରୀ ଆରମ୍ଭ ହୋଇଯାଇଛି । ଦେଶରେ ନକଲି ଔଷଧ ବଜାର ଗରମ ହୋଇଉଠିଛି । ଯାହାକୁ ନେଇ ଔଷଧର ମୂଲ୍ୟ ଅହେତୁକ ବୃଦ୍ଧି ପାଇଛି ।

ଦିନକୁ ଦିନ ପାକିସ୍ତାନୀ ମୁଦ୍ରାର ମୂଲ୍ୟ ତଳକୁ ଖସୁଥିବା ବେଳେ ବିଦେଶରୁ ଔଷଧ ତିଆରି ପାଇଁ କଞ୍ଚାମାଲ କିଣିବା ମହଙ୍ଗା ପଡୁଛି । ତେଣୁ ଔଷଧ ତିଆରି କରୁଥିବା କମ୍ପାନୀଗୁଡିକ ଔଷଧର ମୂଲ୍ୟ ୩୮ପ୍ରତିଶତ ବୃଦ୍ଧି କରିବାକୁ ଦାବି କରିଛନ୍ତି । କିନ୍ତୁ ପାକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କୌଣସି ଆକ୍ସନ ନେଉନାହିଁ । ଯାହାକୁ ନେଇ ଔଷଧ ଉତ୍ପାଦନକାରୀ କମ୍ପାନୀ ଔଷଧ ତିଆରି କରିପାରୁନାହାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com