ଅନ୍ତର୍ଜାତୀୟ

ଆହୁରି ସଶକ୍ତ ହେବ ୟୁକ୍ରେନ: ବ୍ରିଟେନ କରିବ ସହାୟତା

ରୁଷ-ୟୁକ୍ରେନ ଯୁଦ୍ଧକୁ ଦୁଇ ବର୍ଷ ପୁରି ଯିବାକୁ ବସିଲାଣି । ଅର୍ଥ ଅଭାବରୁ ୟୁକ୍ରେନ ବହୁ ଅସୁବିଧାରେ ଅଛି । ଗୁଳିଗୋଳାର ଅଭାବ ତାକୁ ଯୁଦ୍ଧକ୍ଷେତ୍ରରେ ଏକପ୍ରକାର ଆଗକୁ ବଢିବାକୁ ଦେଉନାହିଁ । ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କରେ ଆଭ୍ୟନ୍ତରୀଣ ରାଜନୈତିକ କନ୍ଦଳ ହେତୁ ୟୁକ୍ରେନ ଆବଶ୍ୟକ ସହାୟତା ପାଇପାରୁ ନାହିଁ । ୟୁକ୍ରେନର ଏପରି ଦୁର୍ଦ୍ଦଶା ସମୟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କଳିଭ ଗସ୍ତ କରି ୟୁକ୍ରେନକୁ ଆର୍ଥିକ ସାହାଯ୍ୟ କରିବାକୁ ଘୋଷଣା କରିଛନ୍ତି ।

ବର୍ତ୍ତମାନ ପୃଥିବୀରେ ଦୁଇଟି ବଡ଼ ଯୁଦ୍ଧ ଚାଲିଛି । ଗୋଟିଏ ହେଲା ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏବଂ ଅନ୍ୟଟି ହେଲା ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଛି । ରୁଷ-ୟୁକ୍ରେନ ଯୁଦ୍ଧକୁ ଦୁଇ ବର୍ଷ ହେବାକୁ ବସିଲାଣି । ଥମିବାର କୌଣସି ଲକ୍ଷଣ ଜଣାପଡୁନାହିଁ । ସମ୍ପ୍ରତି ଗଣମାଧ୍ୟମର ରିପୋର୍ଟରେ କୁହାଯାଉଛି ଯେ ୟୁକ୍ରେନ ଅର୍ଥ ଏବଂ ଅସ୍ତ୍ରଶସ୍ତ୍ରର ଅଭାବର ସମ୍ମୁଖୀନ ହେଉଛି । ଏହି ସମୟରେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ୟୁକ୍ରେନର ଚିନ୍ତାକୁ କିଛି ମାତ୍ରାରେ ହ୍ରାସ କରିବାକୁ ଯାଉଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ କହିଛନ୍ତି ଯେ ବ୍ରିଟେନ ସରକାର ୟୁକ୍ରେନକୁ ସହାୟତା ଯୋଗାଇବାରେ ପଛଘୁଞ୍ଚା ଦେବେ ନାହିଁ । ପାଣ୍ଠି ସମ୍ପର୍କରେ ସୁନାକ ଏକ ନୂତନ ଘୋଷଣା ମଧ୍ୟ କରିଛନ୍ତି । ବ୍ରିଟିଶ ପ୍ରଧାନମନ୍ତ୍ରୀ ବର୍ତ୍ତମାନ କଳିଭ ଗସ୍ତରେ ଅଛନ୍ତି ।

ଏକ ସମୟରେ ଯେତେବେଳେ ଆମେରିକା ଏବଂ ୟୁରୋପର ୟୁକ୍ରେନକୁ ଦେବକୁ ଥିବା ଅଧିକାଂଶ ସହାୟତା ରାଜନୈତିକ ତିକ୍ତତା କାରଣରୁ ଅଟକି ରହିଛି ସେହି ସମୟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ କହିଛନ୍ତି ଯେ ତାଙ୍କ ଦେଶ ଏହି ଯୁଗରେ ସର୍ବ ବୃହତ ପ୍ରତିରକ୍ଷା ସହାୟତା ପ୍ୟାକେଜ୍ ଦେବ । ସୂଚନା ଅନୁସାରେ ଚୁକ୍ତିନାମା ଅନୁଯାୟୀ ବ୍ରିଟେନ, ୟୁକ୍ରେନକୁ ୨.୫ ବିଲିୟନ ପାଉଣ୍ଡ କିମ୍ବା ୩.୨ ବିଲିୟନ ଡଲାରର ସହାୟତା ପ୍ଯାକେଜ ଦେବକୁ ଯାଉଛି । ଏହି ସାହାଯ୍ୟରେ ଅନେକ ଜିନିଷ ଅନ୍ତର୍ଭୁକ୍ତ । ଯେଉଁଥିରେ, ସାମରିକ ତାଲିମ ବ୍ୟତୀତ ବ୍ରିଟିଶ ସରକାର ୟୁକ୍ରେନକୁ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର, ଅଧିକ ଗୁଳିଗୋଳା ଏବଂ ଆର୍ଟିଲିରି ଯୋଗାଇ ଦେବେ ।

Related Articles

Back to top button
WP Twitter Auto Publish Powered By : XYZScripts.com