ଓଡ଼ିଶା

୫ ବର୍ଷରେ ତାପମାତ୍ରା ବଢିବ ୧.୫ ପ୍ରତିଶତ

ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ପ୍ରଦୂଷଣ ମାତ୍ରା ବୃଦ୍ଧି ଏବେ ଚିନ୍ତା ବଢ଼ାଇଛି । ୨୦୨୧ରେ ଏହାଯୋଗୁ ପୃଥିବୀ ଗ୍ରହରେ ନୂଆ ରେକର୍ଡ ସ୍ତର ଛୁଇଁଛି ସବୁଜଗୃହ ବାଷ୍ପ । ୩ ପ୍ରାଥମିକ ସବୁଜଗୃହ ବାଷ୍ପ ଯଥା ଅଙ୍ଗାରକାମ୍ଳ, ମିଥେନ୍‌ ଓ ନାଇଟ୍ରସ୍‌ ଅକ୍ସାଇଡ୍‌ ମାତ୍ରା ନୂଆ ରେକର୍ଡ ସ୍ତର ଛୁଇଁଥିବା ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ।ରିପୋର୍ଟ ଅନୁସାରେ ଆଗକୁ ଏହି ଗ୍ୟାସ୍‌ଗୁଡ଼ିକ ବିଶ୍ୱକୁ ଆହୁରି ଉଷ୍ମ କରିଚାଲିବେ ।  ୨୦୨୦ ଓ ୨୦୨୧ ମଧ୍ୟରେ ବିଶ୍ୱରେ ଅଙ୍ଗାରକାମ୍ଳ ସ୍ତର ବିଗତ ୧୦ ବର୍ଷ ତୁଳନାରେ ଅଧିକ ହୋଇଛି । ଏହା କ୍ରମାଗତ ଭାବେ ବଢ଼ିବ ।

ଆସନ୍ତା ୫ ବର୍ଷରେ ଜଳବାୟୁ ପରିବର୍ତ୍ତନ ଜନିତ ହାରାହାରି ତାପମାତ୍ରା ୧୫% ବଢ଼ିଯିବ । ସେହିଭଳି ବିଶ୍ୱର ସ୍ୱାଭାବିକ ହାରାହାରି ତାପମାତ୍ରା ୧.୫% ବଢ଼ିବ ବୋଲି କୁହାଯାଇଛି । ଏହାବ୍ୟତୀତ ୧୯୯୦ ଓ ୨୦୨୧ ମଧ୍ୟରେ ରେଡିଏଟିଭ୍‌ ଫୋର୍ସିଙ୍ଗ୍‌ (ଏକପ୍ରକାର ଉଷ୍ମତା) ୫୦% ବଢ଼ିଛି, ଯାହା ପାଇଁ ଅଙ୍ଗାରକାମ୍ଳ ସର୍ବାଧିକ ୮୦% ଦାୟୀ । ଏ ପ୍ରସଙ୍ଗରେ ଡବ୍ଲ୍ୟୁଏମ୍‌ଓ ମହାସଚିବ ପେଟ୍ଟେରି ତାଲସ୍‌ ଦର୍ଶାଇଛନ୍ତି ଯେ ସଂଗଠନର ଏହି ରିପୋର୍ଟ ସତର୍କଘଣ୍ଟି ସଦୃଶ ହୋଇଛି ।  ପ୍ରାକ୍‌ ଶିଳ୍ପାୟନ ସ୍ତର ତୁଳନାରେ ଏହା ଯଥାକ୍ରମେ ୧୪୯%, ୨୬୨% ଓ ୧୨୪% ଅଧିକ । ମାନବିକ କାର୍ଯ୍ୟକଳାପ ଯୋଗୁ ପ୍ରାକୃତିକ ସନ୍ତୁଳନ ବିଶୃଙ୍ଖଳିତ ହୋଇପାରେ । ରିପୋର୍ଟ କହିଛି ଯେ ୨୦୧୦ ତୁଳନାରେ ଅଙ୍ଗାରକ ନିର୍ଗମନ ମାତ୍ରା ୨୦୩୦ ସୁଦ୍ଧା ୧୦.୬% ବୃଦ୍ଧି ପାଇବ ।

Related Articles

Back to top button
WP Twitter Auto Publish Powered By : XYZScripts.com